ପୁରୀ ଟା.୦୭/୦୪(ମନୋଜ କୁମାର ବଳିଆରସିଂ )ସୋମବାର ଦିନ ପଦ୍ମବିଭୂଷଣ ଗୁରୁ ସ୍ବର୍ଗତ କେଳୁ ଚରଣ ମହାପାତ୍ରଙ୍କ ୨୧ତମ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ପୁରୀ ଡ୍ୟାନ୍ସ ଏକାଡେମୀ ତରଫରୁ ନୃତ୍ୟାଞ୍ଜଳୀ ଓ ଭକ୍ତି ରାସ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥୁ ରୂପେ ଶ୍ରୀଯୁକ୍ତ ସରୋଜ କାନ୍ତ ପ୍ରଧାନ, ପର୍ଯ୍ୟଟନ ଅଧିକାରୀ ପୁରୀ, ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜ ସେବୀ ଶ୍ରୀ ମନୋଜ କୁମାର ରଥ, ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର ଓ ମୂଖ୍ୟ ବକ୍ତା ଶ୍ରୀ ଚନ୍ଦନ କୁମାର ସାହୁ,କ୍ରୀଡା ଅଧିକାରୀ ପୁରୀ, ପ୍ରମୁଖ ମଞ୍ଚାସିନ ଥିଲେ I

ଅତିଥି କଳାକାର ରୂପେ ଭୁବନେଶ୍ବର ରୁ ଆସିଥିବା ଶ୍ରୀ ବିଭୁଦତ ଦାସ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ର କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପୁରୀ ତ୍ୟାନ୍ସ ଏକାଡେମୀ ର ଛାତ୍ର ଛାତ୍ରୀ ମାନେ ଦ୍ବୀପମ ଜ୍ୟୋତି, ଧାୟେ ସୁବର୍ଣା ବର୍ଣ୍ଣା, ଶାନ୍ତାଳାରାମ୍, ଶିବ ପଞ୍ଚକ, “ହ” ଚମ୍ପୁ, ସାବେରୀ ପଲ୍ଲବୀ ଆଦି ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ ।

ଅନୁଷ୍ଠାନ ତରଫରୁ କୋକିଳ ପ୍ରଭା ଦେବଦାସୀ ସମ୍ମାନ ରେ ବିଖ୍ୟାତ ଅନ୍ତରାଷ୍ଟ୍ରୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପ୍ରଜ୍ଞା ପଟ୍ଟନାୟକଙ୍କୁ ତନୁଶ୍ରୀ ପଣ୍ଡା ସ୍‌ମୃତି ସମ୍ମାନ, ଶ୍ରୀ ବିଭୂଦତ ଦାସ ଙ୍କୁ କ୍ରିଷ୍ଣା ରାମ ଖୁଣ୍ଟିଆ ସମୃତି ସମ୍ମାନ ଏବଂ କୁମାରୀ ରଶ୍ମିତା ମହାରଣା ଙ୍କୁ ନୃତ୍ୟଞ୍ଚଳି-୨୦୨୫ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ର ସମ୍ପାଦକ ଗୁରୁ ଶ୍ରୀ ନାରାୟଣ ପାଣ୍ଡେ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।