ପୁରୀ : (ମନୋଜ କୁମାର ବଳିଆରସିଂ )ଶ୍ରୀମନ୍ଦିର ଜେଟିପିଙ୍କ ପାଇଁ ଆଜି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଶ୍ରୀମନ୍ଦିରର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଏବଂ ସୁରକ୍ଷା ପ୍ରଶାସକଙ୍କ ଉପସ୍ଥିତିରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଜେଟିପିମାନଙ୍କୁ ଶୃଙ୍ଖଳା ଜ୍ଞାନ, ଆଚାର ବ୍ୟବହାର, ସମୟାନୁବର୍ତ୍ତିତା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ନେଇ ପ୍ରଶିକ୍ଷଣ ଦିଆଯାଇଛି।

ପ୍ରଶିକ୍ଷଣ ସଫଳ ଆୟୋଜନ ସକାଶେ ଧନ୍ୟବାଦ ଜ୍ଞାପନ ସହିତ, ସମସ୍ତ ଜେଟିପିମାନେ ଉତ୍ସର୍ଗୀକୃତ ଭାବେ ତଥା ଉତ୍ତରଦାୟିତ୍ଵର ସହ କାର୍ଯ୍ୟ ସମ୍ପାଦନ କରିବା ନେଇ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ମଧ୍ୟ ତାଲିମ ଶିବିର ଅନୁଷ୍ଠିତ ହେବ।