ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ସହର ର ଭୁତଳ ଜଳ କମିବା ଘଟଣା ସରକାରଙ୍କୁ ଅଛପା ନାହିଁ, ଏହାର ପ୍ରମୁଖ ସମସ୍ୟା ର ବଡ଼ କାରଣ ଜଳାଶୟ ପୋତି ନିର୍ମାଣ କାର୍ଯ୍ୟ କରିବା । ଲଗାତାର ଯଦି ପୋତା କାର୍ଯ୍ୟ ଚାଲିବ ତେବେ ଏହାର ଉପଚାର ହେଇପାରିବ ନାହିଁ। ଆମେ ଜାଣିବାକୁ ପାଇଲୁ ଯେ ୱାର୍ଡ no 17 ରେ ଶ୍ରୀ ଦାଣ୍ଡ କୁ ଲାଗିକି ଏକ ଜମି ଯାହା ମୂଳ ଜଳାଶୟ ସତ୍ବେ ଯାହାର ଖାତା no 25 ଓ ପ୍ଲଟ no 368.ଯାହାର ମାଲିକ ଶ୍ରୀ ମନ୍ଦିର ପରିଚାଳନା କମିଟି ଏହାକୁ ପୋତା ଯାଉଛି।

ଯଦି ଖୋଦ ଶ୍ରୀ ମନ୍ଦିର ପରିଚାଳନା କମିଟି ଏ ପାରି କରୁଥିବ ତେବେ ସାଧାରଣ ଜନସାଧାରଣ କହିକି କରିବେନି ତେବେ ଆପଣ କୁହନ୍ତୁ ! ସରକାର ଙ୍କ ନିର୍ଦେଶ ସତ୍ୱେ ଏହା କିପରି କରାଯାଉଛି, ଏ ପ୍ରକାର କାମ କୁ ରୋକ ନ ଲଗେଇଲେ ସାଧାରଣ ରେ ପ୍ରଶ୍ନ ଆସୁଛି |ଏହା ଉପରେ ଏକ ଦାବିପତ୍ର ଆଜି ପୁରୀ ତହସିଲଦାରଙ୍କୁ ଦିଆଯାଇଛି ।