ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ବାଲୀ ସାହି ଆଖଡ଼ା ତରଫରୁ ବାଲୀସାହି ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଉପାସୀ ମହାସୁଆର ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମ କୁ ବାଲୀ ସାହିର ସାହିନାୟକ ପରିବାର ତରଫରୁ ରଘୁନାଥ ଖୁଣ୍ଟିଆ ପରିଚାଳନା କରିଥିଲେ ବାଲୀ ସାହିର ପୁର୍ବରୁ ରାବଣ ଚରିତ୍ର ପଦର୍ଶନ କରିଥିବା ବହୁ କଳାକାରଙ୍କୁ ଉପାସୀ ମହାସୁଆର ସମ୍ମାନରେ ସମ୍ମାନିତ କରାଯାଇଥିଲା

ଯୁବପିଢ଼ି କିପରି ଏହି ଲୋକ କଳାକୁ ଆଗକୁ ନେବେ ସେହି ବିଷୟରେ ଆଲୋକପାତ କରାଯିବା ସହିତ ସଭାରେ ସାହିର ମୁରବି ମାନେ ଉପସ୍ଥିତ ଥିଲେ ଜଗନ୍ନାଥ ଙ୍କ ପରମ୍ପରା କିପରି ଆଗକୁ ବଜାୟ ରହିବ ସେ ନେଇ ଆଲୋଚନା କରା ଯାଇଥିଲା।