କେସିଙ୍ଗା :୧୦/୦୪(ପ୍ରୀତେଶ ପଟେଲ)ରାଜ୍ୟ ସରକାର ଙ୍କ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଦିନିକିଆ କେସିଙ୍ଗା ଗସ୍ତରେ ଆସି ସ୍ଥାନୀୟ ଏନ୍ ଏ ସି ପାଖ କଲ୍ୟାଣ ମଣ୍ଡପ ରେ ଏକ ଜନସଭା କୁ ସମ୍ବୋଧନ କରିଥିଲେ । ରାଜ୍ୟ ରେ ବିଜେପି ସରକାର ଙ୍କ ନଅ ମାସ ର ଉପଲବ୍ଧି ବିଷୟ ରେ କହି ନିଜ ଭାଷଣ ସୁଭଦ୍ରା ଯୋଜନାରୁ ଆରମ୍ଭ କରି ଅନ୍ତୋଦୟ ଯୋଜନା ରେ ଶେଷ କରିଥିଲେ । ଓଡ଼ିଶା ସରକାର ଙ୍କ ଦ୍ଵାରା ଜିଲ୍ଲା ଭିତିକ ନୀତି ରେ ଶିକ୍ଷା ର ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଥିଲେ |

କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସୁଜିତ କୁମାର,ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ , କେସିଙ୍ଗା ନଗର ସଭାପତି ମଗନ ସିନ୍ଦୂର,ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ପୁର୍ବତନ ସଦର ବିଧାୟକ ଅନାମ ନାୟକ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷା ନମିତା ରାଣୀ ସାହୁ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜିଲ୍ଲା ଉପ ସଭାପତି ନିରୁପମା ସାମଲ,ପ୍ରଶାନ୍ତ ସାହୁ, ଲକ୍ଷ୍ମୀ ବାଗ, କଶୁର ପଡା ମଣ୍ଡଳ ସଭାପତି ରୁତୁ ପୂର୍ଣ୍ଣ ସାହୁ, ଉତ୍କେଳା ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,ବୋରିଆ ମଣ୍ଡଳ ସଭାପତି ଅଶୋକ ପୋଢ଼, ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ରଞ୍ଜନ ଜ୍ୟୋତି ଓ କେସିଙ୍ଗା ନଗର ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ ଓ ଅନେକ ବିଜେପି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଜୟଶଙ୍କର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ମନ୍ତ୍ରୀ ମହୋଦୟ ଏନ୍ ଏ ସି ଗେଷ୍ଟ ହାଉସ ରେ ମଧ୍ୟାହ୍ନ ଭୋଜନ ଖାଇ କେସିଙ୍ଗା ତେରାପନ୍ଥ ଭବନ ରେ କିଛି ସମୟ ରହି ଫେରି ଯାଇଥିଲେ।ମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ ରେ କିନ୍ତୁ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା ।ମନ୍ତ୍ରୀ ମଞ୍ଚ ଉପରେ ଜନ ସଭାକୁ ଉଦବୋଧନ ଦେଉଥିବା ବେଳେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ମଞ୍ଚ ସାମ୍ନା ରେ ବସିଥିବା ଲୋକଙ୍କ ପାର୍ଶ୍ଵ ଓ ମଞ୍ଚ ର ଚାରିପଟେ ସାନି ଟାଇଜ ସିଞ୍ଚନ କରାଯିବାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା

ସିଞ୍ଚନ ପୂର୍ବରୁ ମଞ୍ଚ ସାମନା ରେ ବସିଥିବା କର୍ମୀ ଙ୍କ ନାକ ନିକଟ ରେ ଥିବା ନାଳ ର ଦୁର୍ଗନ୍ଧ ପାଣି ରେ ଫାଟି ଯାଉଥିବା ବେଳେ ବିଜେପି କର୍ମୀ ଙ୍କ ସୂଚନା ପରେ ସାନି ଟାଇଯ ସିଞ୍ଚନ କରାଯାଇଥିଲା ଯାହାକୁ ନେଇ ବିଜେପି କର୍ମୀ ମାନଙ୍କ ମଧ୍ୟ ରେ ଅସନ୍ତୋଷ ଦେଖାଯାଇଥିଲା ।ଶେଷରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କେସିଙ୍ଗା ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସହ ରୁ ଉର୍ଦ୍ଧ ଅନେକ ଲୋକ ଓ କଳାହାଣ୍ଡି ଜିଲ୍ଲା କଂଗ୍ରେସ ର ସମ୍ପାଦକ ତରୁଣ ସିଂ ନିଜର ସମର୍ଥକ ଙ୍କ ସହିତ ବିଜେପି ରେ ସାମିଲ ହୋଇଥିଲେ ।