
କେସିଙ୍ଗା : ( ପ୍ରୀତେଶ ପଟେଲ)କଲାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ପ୍ରଥମ ଓଡ଼ିଆ ପକ୍ଷ -୨୦୨୫ ଅବସରରେ ଆଜି ଯୁବ ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହ ଶ୍ରୀ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି ।
ଶ୍ରୀ ଆନନ୍ଦ କୁମାର ବେହେରା , ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ଦିଗରେ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଆମେ ବଦ୍ଧପରିକର ହେବାର ଆବଶ୍ୟକତା ରହିଛି ବୋଲି ଆହ୍ବାନ ଦେଇଥିଲେ ।
ବିଦ୍ୟାଳୟର ସଭାପତି ଶ୍ରୀ ଶିବ ପ୍ରସାଦ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଏହି ଅବସରରେ ଶ୍ରୀ ରଞ୍ଜନ କୁମାର ପଣ୍ଡା, ଶ୍ରୀମତୀ ସଞ୍ଜୁକ୍ତା ପାଢୀ, ରୁବି ଚୌଧୁରୀ, ନବୀନ କୁମାର ନାଏକ, ଯାଦବେନ୍ଦ୍ର ସାହା , ଶ୍ରୀମତୀ କଳ୍ପନା ମାଝୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଜି.କ୍ରିଷ୍ଣା ରେଡ୍ଡୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।