
କେସିଙ୍ଗା (ପ୍ରୀତେଶ ପଟେଲ)କଲାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରେ ପ୍ରଥମ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଏକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାରବେହେରାଙ୍କ ସଭାପତିତ୍ବରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ଶ୍ରୀ ରଞ୍ଜନ କୁମାର ପଣ୍ଡା , ଓଡ଼ିଆ ଅଧ୍ୟାପକ , ଆଞ୍ଚଳିକ ବସ୍ତ୍ରାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାନ ଚେରଗାଁ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଯୋଦ୍ଧାମାନଙ୍କର ଗୌରବଗାଥା ଏବଂ ଓଡ଼ିଆ ଭାଷାର ଅସ୍ମିତାର ପ୍ରାସଙ୍ଗିକ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ।
ବିଦ୍ୟାଳୟର ସଭାପତି ଶ୍ରୀ ଶିବ ପ୍ରସାଦ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆଲୋଚନାରେ ଶ୍ରୀ ସମୀର କୁମାର ବେହେରା, ଶ୍ରୀମତୀ ହରପ୍ରିୟା ରାୟ, ଶ୍ରୀ କହ୍ନେଇଲାଲ୍ ସାହୁ, ଶ୍ରୀ ସୁନୀଲ୍ କୁମାର ପାତ୍ର, ଶ୍ରୀମତୀ ରୁନିଷା ପ୍ରଧାନ, ଶ୍ରୀ କୁନା ସେଠୀ, ଶ୍ରୀ ହେମନ୍ତ କୁମାର ମହୁଲିଆ, ଶ୍ରୀମତୀ ମାନସୀ ନାୟକ, ଶ୍ରୀ ପଦ୍ମନାଭ ରଣା, ଶ୍ରୀମତୀ ମୋନାଲିସା ନାୟକ, ସୁଶ୍ରୀ ଦୀପିକା ମାଝୀ ଏବଂ ଜି.କ୍ରିଷ୍ଣା ରେଡ଼୍ଡୀ ନିଜର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଓଡିଶା ସରକାର ଓଡିଶା ର ଇତିହାସ ଲୋକମାନ ପାଖରେ ପହଞ୍ଚାଇବା ର ଏକ ପ୍ରୟାସ