ବୌଦ୍ଧ(ଚିତ୍ତରଞ୍ଜନ ସିଂହ)-ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଏସ. ପିଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ମାତ୍ର ୧୮ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସମସ୍ତ ଅଭିଯୋଗ ଶୁଣାଣି କରି ସେଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କ ସହିତ ବୌଦ୍ଧ ଏସ. ପି ରାହୁଲ ଗୋଏଲ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ଉପଜିଲ୍ଲାପାଳ ପ୍ରବୀଣ କୁମାର ବଣୁଆ, ହରଭଙ୍ଗା ବି. ଡି. ଓ ଶରତ କୁମାର ସେଠିଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦାନ କରିଥିଲେ।