
ମୁନିଗୁଡ଼ା: ୧୫/୦୪ (ରମାକାନ୍ତ ପୋଡାଳ )ବିଜେଡି ପ୍ରତି ଭାଙ୍ଗୁଛି ଲୋକଙ୍କ ଆସ୍ଥା I ୨୦୨୪ ସାଧାରଣ ନିର୍ବାଚନ ତଥା ବିଧାନସଭା ନିର୍ବାଚନ ରେ ବିଜେଡିର ଶୋଚନୀୟ ପରାଜୟ ସହ ଜିଲ୍ଲାର ତିନି ବିଧାନସଭା ଆସନ କୁ କଂଗ୍ରେସ ଦଖଲ କରିନେଇଛି I ବର୍ତ୍ତମାନ ୱାକଫ ବିଲ୍ କୁ ସମର୍ଥନ ଜଣେଇବା ପରେ ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନଥିବା ବେଳେ ଏହାର ପ୍ରଭାବ ଦଳର ଶୃଙ୍ଖଳିତ କର୍ମୀ ମଧ୍ୟରେ ଦେଖିବାକୁ ମିଳିଛି I ରାଜ୍ୟ ସ୍ତର ରେ ଦଳର ପରିସ୍ଥିତି ଯାହା ରହିଛି ତାହାର ଯଥା ସ୍ଥିତି ଜିଲ୍ଲା ତଥା ବ୍ଲକ ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି I
ଯାହା କର୍ମୀଙ୍କୁ ନିରୁତ୍ସାହିତ କରିଥିବା କୁହାଯାଉଛି I ଏହି ପରିପ୍ରେକ୍ଷୀରେ ଅନେକ ଶୃଙ୍ଖଳିତ କର୍ମୀ ବିଜେଡି ପ୍ରତି ଆସ୍ଥା ହରାଇ କଂଗ୍ରେସ ମୁହାଁ ହୋଇଥିବା ଦେଖିବାକୁ ମିଳିଛି I ସ୍ଥାନୀୟ ବିଷମକଟକ୍ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ କଂଗ୍ରେସର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି I ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାରଙ୍କ ପ୍ରତକ୍ଷ ତତ୍ୱାବଧାନ ତଥା ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା,ରାଧା ମୋହନ ଟାକ୍ରୀ ଓ ଭୀମରାଜ ଶିକକା ଙ୍କ ସାଙ୍ଗଠନିକ ଦକ୍ଷତା ପ୍ରତି ଆସ୍ଥା ପ୍ରକଟ କରି ଆଜି ବିଜେଡି ତଥା ବିଜେପି ର ଅନେକ ଛାମୁଆ କର୍ମୀ କଂଗ୍ରେସ ଦଳ ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି I
ବିଧାୟକ ନୀଳମାଧବ ହିକକାଙ୍କ ଉପସ୍ଥିତି ରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିବା ବେଳେ ଏଥିରେ ମୁନିଗୁଡ଼ା ବ୍ଲକ ର ଶିବପଦର ଗ୍ରାମ ପଂଚାୟତ ର ଗୋପାଳ କୃଷ୍ଣ ମାଝୀ,ରାଜୁ କାଡ୍ରାକା,ରାଜାରାଓ ପଲକିଆ,ରବୀନ୍ଦ୍ର ମହାନନ୍ଦିଆ,ମୁନା ଜାକାଶିକା,ଦୀପ ଜାକାଶିକା,ସୁଶାନ୍ତ ମାଝୀ,ମହେନ୍ଦ୍ର ମାଝୀ,ବୁଲୁ ମାଝୀ,କୈଳାସ ଟାକ୍ରୀ,ବିଜୁ କୁସୁଲିଆ,ଦେବେନ୍ଦ୍ର କୃଷିକା,ମହେନ୍ଦ୍ର ଗୁଡ଼ୁରିଆ,କାନ୍ହା ମାଝୀ,ବିଷମ୍ବ ଡମ୍ବେଶି,ପିଙ୍କୁ ମାଝୀ ପ୍ରମୁଖ ଦକ୍ଷ ଓ ଛାମୁଆ କର୍ମୀ ମାନେ ଆଜି ବିଦ୍ଧି ବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଥିଲେ I
ବିଷମକଟକ୍ ବିଧାୟକ ସମସ୍ତ କର୍ମୀଙ୍କୁ ସ୍ୱାଗତ କରିବା ସହ ମିଳି ମିଶି ସଙ୍ଗଠନ ସୁଦୃଢ କରିବା ଓ ଲୋକଙ୍କ ପାଖକୁ ପହଞ୍ଚି ସେମାନଙ୍କ ସମସ୍ୟା ସମାଧାନ ପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିବା ବେଳେ ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ପ୍ରତିନିଧି ଦିଲୀପ୍ ପଟନାୟକ ସମେତ କଂଗ୍ରେସ ର ଅନ୍ୟ ମାନ୍ୟ ଗଣ୍ୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିବା ସୂଚନା ରହିଛି I