ମୁନିଗୁଡ଼ା: ୧୪/୪ (ରମାକାନ୍ତ ପୋଡାଳ )ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଠାରେ ସମ୍ବିଧାନ ସୁରକ୍ଷା ସମିତି ତରଫରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ ଧୁମ ଧାମରେ ପାଳିତ ହୋଇଯାଇଛି। ପ୍ରଥମେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନଙ୍କ ଦ୍ଵାରା ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ବାବାସାହେବ ଆମ୍ବେଦକରଙ୍କ ଅଧକ୍ଷତାରେ ଲିଖିତ ଭାରତ ସମ୍ବିଧାନର ସୁରକ୍ଷା ସହ ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର ନାରା ଦେଇ ସମିତିର ହଜାର ହଜାର ସଂଖ୍ୟାରେ ସଦସ୍ୟ ବାଇକ ଶୋଭାଯାତ୍ରା ରେ ଷ୍ଟ୍ୟାଚୁ ଛକରୁ ବାହାରି ସହର ପରିକ୍ରମା କରିବା ସହ ଷ୍ଟ୍ୟାଚୁ ଛକ ପଡ଼ିଆରେ ପହଞ୍ଚିଥିଲେ।

ସେଠାରେ ଏକ ସାଧାରଣ ସଭା ଆୟୋଜିତ କରାଯାଇଥିବା ବେଳେ ଗ୍ରାମର ମୁଖିଆ ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ବିଧାନ ସୁରକ୍ଷା ସମିତି ଅଧ୍ୟକ୍ଷତାରେ ଆଖପାଖ ଅଞ୍ଚଳର ହଜାର ହଜାର ଆମ୍ବେଦକର୍ ବାଦୀ ଯୋଗ ଦେଇଥିବା ବେଳେ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଅଞ୍ଚଳ ବାସୀଙ୍କ ମନୋରଞ୍ଜନ ନିମନ୍ତେ ସମ୍ବିଧାନ ସୁରକ୍ଷା ସମିତି ପକ୍ଷରୁ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ସେହିପରି ବାବା ସାହେବଙ୍କ ଜନ୍ମ ଜୟନ୍ତୀରେ ଅମ୍ବାଦଳା ବିଜେପି ମଣ୍ଡଳ ସଭାପତି ଅନନ୍ତ ମାଲଦୋରାଙ୍କ ନେତୃତ୍ୱରେ ଶତାଧିକ ଵିଜେପି କର୍ମି ସ୍ଥାନୀୟ ଷ୍ଟ୍ୟାଚୁ ନିକଟରେ ପହଞ୍ଚି ଦ୍ଵୀପ ପ୍ରଜ୍ବଳନ କରିବା ସହ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସେହିପରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସଦସ୍ୟ ଧୀରେନ୍ଦ୍ର ପାଣିଗ୍ରାହୀ ମଧ୍ୟ୍ୟ କାର୍ଯ୍ୟକ୍ରମ ରେ ଯୋଗଦେଇ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ।