ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ ତା-୨୧.୪.୨୫ ରିଖ ଷୋମବାର ପିପିଲି ବ୍ଲକ ସ୍ଥିତ ହାଟସାହି ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ବଜପୋୟୀ ସ୍କୁଲ କୁ ଅଚାନକ ଗସ୍ତ କରି ବିଦ୍ୟାଳୟ ର ସମସ୍ତ ବିଭାଗ କୁ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ।ବିଦ୍ୟାଳୟ ପରିଦର୍ଶନ ସମୟରେ ଦେଖିବାକୁ ପାଇଥିଲେ ଯେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଆସନରେ ବସି ଭୋଜନ କରିବା ର ନିୟମ ଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ତଳେ ବସି ମଧ୍ୟାହ୍ନ ଭୋଜନ ଗ୍ରହଣ କରୁଥିଲେ।

ତତସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଜ୍ଞାନ ଗାର ନିୟମିତ ଭାବରେ ହେଉନଥିବା ଜାଣିବାକୁ ପାଇଥିଲେ ।ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଶୌଚାଳୟ ମଧ୍ୟ ପରିଷ୍କାର ପରିଛନ ନଥିଲା ।

ସେହିପରି ପ୍ରାତଃ ପାର୍ଥନା ସଭା ପାଇଁ ଜିଲ୍ଲା ସ୍ତରରେ ନିର୍ଦେଶାବଳୀ ଜାରି କରାଯାଇଥିଲେ ମଧ୍ୟ ଉକ୍ତ ବିଦ୍ୟାଳୟ ରେ ଏହା ସଠିକ ଭାବରେ ପାଳନ କରାଜାଉନଥିଲା ।ଜିଲା ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ସମୟରେ ଏହି ସବୁ ଅବ୍ୟବସ୍ଥା ଦେଖି ଶ୍ରୀଯୁକ୍ତ ପାଢ଼ୀ କ୍ଷୋଭ ପ୍ରକାଶ କରିଥିଲେ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରିବା ସହ ବିଜ୍ଞାନ ଶିକ୍ଷୟିତ୍ରୀ ଙ୍କ ଗୋଟିଏ ଦିନର ଦରମା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟଳୟ ରୁ ପ୍ରକାଶ।