
ପୁରୀ : (ମନୋଜ କୁମାର ବଳିଆରସିଂ )୨୧.୪.୨୦୨୫ରିଖ ଦିନ “ହାଥିସାଳ”ଅଙ୍ଗନୱାଡ଼ି କେନ୍ଦ୍ର ରେ “ପୋଷଣ ପକ୍ଷ”କାର୍ଯ୍ୟକ୍ରମ ସାଉଥ ସେକ୍ଟର ପୁରୀ ମୁନିସ୍ପାଲିଟି ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପୋଷଣ ପରିଚାଲିକା ପୁରୀ ମୁନିସ୍ପାଲିଟି ର ଶ୍ରୀମତୀ ସର୍ବଶ୍ରୀ ପୃଷ୍ଟି ଏବଂ ସାଉଥ ସେକ୍ଟର ର ସୁପରଭାଇଜର ପ୍ରଣତି ଚିନ୍ନରା ଏବଂ ସୁପରଭାଇଜର ଅଞ୍ଜଳି ମଲିକଙ୍କ ଅଧକ୍ଷତାରେ ସମସ୍ତ ସାଉଥ ସେକ୍ଟରରେ ଥିବା ୩୧ଜଣ ଅଙ୍ଗନୱାଡି କର୍ମୀଙ୍କୁ ନେଇ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।
କିପରି ଜଣେ ଗର୍ଭବତୀ, ପ୍ରସୂତି ମାଆ ଜନ୍ମରୁ ୬ବର୍ଷ ର ଶିଶୁ ଏବଂ କିଶୋରୀ ବାଳିକା ଉପଯୁକ୍ତ ପୋଷଣ ଯୁକ୍ତ ଖାଦ୍ୟ ଖାଇବେ,ସୁସ୍ଥ ପରିବେଶ ରେ ରହିବେ ଏବଂ ତାଙ୍କ ସ୍ୱାସ୍ଥ୍ୟ ର ଯତ୍ନ ନେବେ ଏହି ବିଷୟରେ ଆଲୋଚନା କରାଯାଇଥିଲା ଏବଂ ବିଭନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ପରିଦର୍ଶନ କରାଯାଇଥିଲା ,ଫଳ,ପନିପରିବା,ଶାଗ ,ଡାଲି ମଧ୍ୟ ପରିଦର୍ଶନ କରାଯାଇଥିଲା। ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସୁପରିଚାଳନା କରାଯାଇଥିଲ।