ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ସମୁଦ୍ର କୂଳରେ ହୋଇଥିବା ରାସ୍ତା ଯାହାକି (PWD) ଅଧୀନରେ ହେଉଅଛି ।ଏହି ରାସ୍ତାର ଟେଣ୍ଡରର ଆନୁମାନିକ ମୂଲ୍ୟ ପ୍ରାୟ ୭କୋଟି ଟଙ୍କା ହୋଇଥିବା ଜଣାପଡିଛି,ଏହି ରାସ୍ତା କାମ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଜଣାପଡୁଛି ।ଏହି ରାସ୍ତା ପୁରୀ ସହରର ପ୍ରମୂଖ ରାସ୍ତା ମଧ୍ୟରୁ ଅନ୍ୟତମ ।

ପୁରୀର ପ୍ରାୟ ଦାମୀ ଶ୍ରେଣୀର ହୋଟେଲ କୁ ସେହି ରାସ୍ତା ଦେଇ ଶହଶହ ଗାଡି ଗୁଡିକ ଯାତାୟତ କରିଥାଏ,ତେଣୁ ପୁରୀ ଆପ ପକ୍ଷରୁ ଅଭିଯୋଗ କରାଯାଏ କି ଏହି ରାସ୍ତା ଉଚ୍ଚ ଗୁଣବତ୍ତା ସମ୍ପନ୍ନ ହେବା ଦରକାର ଏବଂ ସେହି ରାସ୍ତା କାମ ଚାଲୁଥିବା ସମୟରେ ମଧ୍ୟ କୌଣସି ଅଧିକାରୀ ଉପସ୍ଥିତ ରହୁନାହାନ୍ତି।

ଏ ସମ୍ପର୍କରେ ପୂର୍ବ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ।ଏହି ରାସ୍ତାର ନିମ୍ନ ମାନର କାମ ବିଷୟରେ ସାଧାରଣ ରେ ଆଲୋଚନା ହେଉଛି।ତେଣୁ ଆପ ପକ୍ଷରୁ ଅନୁରୋଧ କରାଯାଇଛି କି quality check ଉପରେ ଗୁରୁତ୍ୱ ଦିଆ ଯିବା ସହ ରାସ୍ତା କିପରି ଦୀର୍ଘ ଦିନ କାର୍ଯ୍ୟକ୍ଷମ ହୋଇପାରିବ ସେଥିପ୍ରତି ପଦକ୍ଷେପ ନେବା ପାଇଁ ପୁରୀ ଆପ ପକ୍ଷରୁ ପୂର୍ତ୍ତ ବିଭାଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଛି।