
ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ସହର ୱାର୍ଡ ନଂ. ୧୧ ବାଲି ନୋଳିଆ ସାହିରେ ମାନ୍ୟବର ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତି ଙ୍କ ଦ୍ୱାରା ଏକ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରାଯାଇଅଛି l
ଏହି ଅଞ୍ଚଳରେ ଏକ କଲ୍ୟାଣ ମଣ୍ଡପ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା l ଏହାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି l ଏହି ମଣ୍ଡପ ଦ୍ୱାରା ଏହି ଅଞ୍ଚଳର ବସବାସ କରୁଥିବା ସାହି ବାସିନ୍ଦା ମାନେ ଉପକୃତ ହେବେ l