ପୁରୀ : (ମନୋଜ କୁମାର ବଳିଆରସିଂ )ସ୍ନାତକୋତ୍ତର ଇଂରାଜୀ ବିଭାଗରେ ବିଶ୍ଵ ପୁସ୍ତକ ଦିବସ ଅବସରରେ ଏକ ଲିଟରାରୀ କାର୍ଣିଭାଲ ଅନୁଷ୍ଠିତ ହୋଇଯାଇଛି l ଏସ୍. ସି. ଏସ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ମିହିର ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ମୁଖ୍ୟ ଅତିଥି ପ୍ରଫେସର୍ ସୁଜାତା ମିଶ୍ର, ସମ୍ମାନିତ ଅତିଥି ନିରଞ୍ଜନ ନାୟକ, ଡକ୍ଟର ରବୀନ୍ଦ୍ର କୁମାର ପ୍ରଧାନ ଓ ନୃତ୍ୟ ଶିଳ୍ପୀ ପାୟଲ ମହାନ୍ତି ଓ ସେମିନାର ର ଆବାହକ ଶ୍ରୀମତୀ ସସ୍ମିତା ପ୍ରାମାଣିକ ଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l

ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପୂର୍ବତନ ଅଧ୍ୟକ୍ଷା ଙ୍କ ଅଭିଭାଷଣ ବିଶେଷତ ବହି କିଣିବା, ପଢ଼ିବା ଉପରେ ଗୁରୁତ୍ବ ଥିଲା l ବିଶ୍ଵ ପୁସ୍ତକ ଦିବସ ଉପଲକ୍ଷେ ଶ୍ରୀ ନିରଞ୍ଜନ ନାୟକ ତାଙ୍କର ସ୍ୱରଚିତ ଉପନ୍ୟାସ The Other Side of the Rainbow ଉପରେ ଆଲୋକପାତ କରିଥିଲେ l ଉପନ୍ୟାସର କିଛି ଅଂଶ ଅଧ୍ୟାପକ ସୋମନାଥ ମହାପାତ୍ର ପଠନ କରିଥିଲେ ; ଡକ୍ଟର ଉପମା ବେହେରା ଉପନ୍ୟାସର ସଂକ୍ଷିପ୍ତ ସାରାଂଶ କହିଥିଲେ l କବି ତଥା ଅଧ୍ୟାପକ ଡକ୍ଟର ରବୀନ୍ଦ୍ର କୁମାର ପ୍ରଧାନଙ୍କ ରଚିତ ଦୁଇଟି କବିତା ବହି, ଯଥା, Voice in the Mirror ଓ Florilegium of Poems କୁ ବିଭାଗର ଅଧ୍ୟାପିକା ଡକ୍ଟର ଦୀପ ଶିଖା ରାଉତରାୟ ବିସ୍ତୃତ ଆଲୋଚନା କରିଥିଲେ l କବିତା ଓ ଗଳ୍ପ ଲେଖିବା ପାଇଁ ଆବଶ୍ୟକ ଉପାଦାନ ଉପରେ ଡକ୍ଟର ପ୍ରଧାନ ଆଲୋକପାତ କରିଥିଲେ l

ଏଠାରେ ସୂଚନା ଯୋଗ୍ୟ ଯେ ଏହି ସଭାକୁ ସୁରଜ୍ ମଲ୍ଲ ସାହା ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ଉତ୍କଳମଣି ସ୍ମୃତି ମହାବିଦ୍ୟାଳୟ ଓ ଏସ ସି .ଏସ. କନିଷ୍ଠ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ର/ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ସଭା କାର୍ଯ୍ୟ ସଞ୍ଚାଳନ କରିଥିଲେ ଅଧ୍ୟାପକ ଡକ୍ଟର ଶୁଭାଶିଷ ନନ୍ଦ

ସଭାର ଦିତୀୟlର୍ଦ୍ଧରେ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା; ତା’ ପରେ ପୁରସ୍କାର ବିତରଣ ଉତ୍ସବ ଓ ପରିଶେଷରେ ଧନ୍ୟବାଦ ଅର୍ପଣ ଡକ୍ଟର ଉପମା ବେହେରା ଦେଇଥିଲେ l ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ଆନ୍ତମହାବିଦ୍ୟାଳୟ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ପାଇଁ ନୂଆ କହିଲେ ଅତି ଉକ୍ତି ହେବ ନାହିଁ l