ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହୋଇ ରାଜ୍ୟ ସରକାର ଲୋକ ଙ୍କ ଯାତାୟାତ ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ଠିକାଦାର ଓ ଯନ୍ତ୍ରି ନିର୍ବାହୀ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ହେଉ କିମ୍ବା ଯେ କୌଣସି କାମ ହୋଇ ନିର୍ମାଣ ର କମ୍ ସମୟ ମଧ୍ୟରେ ଖରାପ୍ ହେବା ରେ ଲାଗିଛି। ତା’ର ଏକ ଜ୍ଜଲନ୍ତ ଉଦାହରଣ ଦେଖିବାକୁ ମିଳୁଛି । ଏବଂ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି ।R C L ନାମକ ଏକ ଠିକାଦାର ସଂସ୍ଥା ଦ୍ୱାରା ନିର୍ମାଣ ଚାଲିଛି ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ପର୍ଯ୍ୟନ୍ତ । ଏହି ରାସ୍ତା ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି।
ହେଲେ ମାତ୍ର ଦୁଇ ତିନି ମାସ ହେବ ଧର୍ମଗତ ସମସାନ ପାଖରେ ବ୍ରିଜ ଓ ରାସ୍ତା ତିଆରି ହେଇଥିଲା। ରାସ୍ତା ତିଆରି ସମୟରେ ମାଟି କ୍ରସର ଗୁଣ୍ଡ ଭଳି ବିଭିନ୍ନ ସାମଗ୍ରୀ ଏବଂ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରିଥିଲା। ହେଲେ ଭୁଲ୍ କେଉଁଠି ରହିଲା ଯେ ରାସ୍ତା ର ଉଭୟ ପାଶ୍ୱର୍ରେ ଦାବିବାରେ ଲାଗିଲି ଏହି କାମ ଚାଲୁଥିବା ସମୟରେ ବିଭାଗ ପକ୍ଷରୁ ସଠିକ୍ ଭାବରେ ତଦନ୍ତ କଲେ ନାହିଁ କି?
କେଉଁଠି ଭୂଳ ରହିଲା ଯେ ପିଚୁ କାମ ହେଲା ଉପରେ ପୁଣି କଂକ୍ରିଟ ଉପରେ କ୍ରସର ଗୁଣ୍ଡ ଦିଆଯାଇଛି ତାର ଉଚ୍ଚସ୍ତରୀୟ ତଦନ୍ତ ହେବା କୁ ବିଭିନ୍ନ ମହଲ ରୁ ଅଭିଯୋଗ ହେଉଥିବା ବେଳେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାସ୍ତା ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଉପରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି। ଆମେ ବିଭାଗୀୟ ଅଧିକାରୀ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇ ପାରିଲା ନାହିଁ।