ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଟିଟିଲାଗଡ ପକ୍ଷରୁ ତିନୋଟି ଦାବି ନେଇ ଗଣଧାରଣା ଦିଆଯାଇଛି।ତିନୋଟି ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳପାଇଁ ଏହି ଗଣଧାରଣା ଦିଆ ଯିବାକୁ ସଭାପତି ଶ୍ରୀ ସୁଶାନ୍ତ ପଣ୍ଡା ସୁଚନା ଦେଇଛନ୍ତି। ପ୍ରତ୍ୟେକ ଦିନ ୫୦ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାଳି କରି ଏହି ଗଣଧାରଣାରେ ସାମିଲ ହେବାକୁ ମଧ୍ଯ ସ୍ଥରିକୃତ୍ ହୋଇଛି।

ତିନୋଟି ଦାବି ମଧ୍ୟରୁ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବୁଲ ୯ ଗ୍ରେଡ ପେ ୪୨୦୦ ଅନୁସାରେ ପ୍ରଦାନ୍, ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାଳକୁ ନେସନାଲ ଇଙ୍କରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ୍ କ୍ୟ।ଡର୍ ଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦେବାକୁ ଦାବି କରିଛନ୍ତି।