
ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) (ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ହରଭଙ୍ଗା ଠାରୁ କୁସାସିଙ୍ଗା, କୁ ଯାଇଥିବା ରାସ୍ତା ବା ବିଜୁ ସେତୁ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଦେଖିବକୁ ମିଳୁଛି।
ଏହି ରାସ୍ତା ଦେଇ ଦୈନନ୍ଦିନ ଅଞ୍ଚଳର ଜନସାଧାରଣ, ବ୍ୟାଙ୍କ୍, ଡ଼ାକ୍ତରଖାନା ଆଦି ବିଭିନ୍ନ କାର୍ଯ୍ୟରେ ଯାଉଥିବାବେଳେ ଛାତ୍ର ଛାତ୍ରୀ ମାନେ ସ୍କୁଲ୍ କଲେଜ କୁ ପାଠ ପଢିବାକୁ ଯାଇଥାନ୍ତି।
କିନ୍ତୁ ରାସ୍ତା ଶୋଚନୀୟ ହେବା ସହ, ରାସ୍ତା ଉପରେ ଖାଲ ଖମା ଅଳପ ବର୍ଷା ହେଲେ ପାଣି କାଦୁଅ ରେ ଭର୍ତ୍ତି ହେଉଥିବା ଯୋଗୁଁ ବିଭିନ୍ନ ସମୟରେ ଜନ ସାଧାରଣ ଦୁର୍ଘଟଣା ର ସାମ୍ନା ହେଉଥିବା ଅଭିଯୋଗ ହେଉଛି। ଏଭଳି ସମସ୍ୟା କୁ ଦୃଷ୍ଟିରେ ରଖି ତୁରନ୍ତ ବିଭାଗୀୟ କତୃପକ୍ଷ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ପୂର୍ବତନ ସରପଂଚ ସୁମନ ଜି ଲାଲ୍ ଙ୍କ ସମେତ ଜନସାଧାରଣ ରେ ଦାବି ହେଉଛି।