ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ମହାନଦୀ ସୁରୁଣ୍ଡି ବାଲି ଘାଟରୁ ପାଣି ଭିତରୁ ଅଭିନବ ଭାବରେ ବେଆଇନ ବାଲି ଉଠାଉଥିବା ଭଳି ଚିତ୍ର ସାମ୍ନା କୁ ଆସିଛି l ସୂଚନା ମତେ ଉକ୍ତ ବାଲି ଘାଟ ରୁ ହରଭଙ୍ଗା ତହସିଲ ଠାରୁ ଶରତ ବେହେରା ନାମକ ବାଲି ଲିଜ ନେଇଥିବା ଠିକାଦାର ବର୍ତମାନ ସମୟରେ ଅଭିନବ ଉପାୟ ରେ ମହାନଦୀରେ ପାଣି ପୂର୍ଣ୍ଣ ଥିବା ବେଳେ ଡ଼ଙ୍ଗା ସାହାଯ୍ୟ ରେ ମେସିନ ଦ୍ୱାରା ପାଣି ଭିତରୁ ଶହ ଶହ ଟ୍ରିପ ବେଆଇନ ବାଲି ଉଠାଉଥିଲେ ମଧ୍ୟ ତହସିଲ ଵା ରାଜସ୍ବ ବିଭାଗର କୌଣସି ଅଧିକାରୀଙ୍କ ଜାଣି ପାରୁ ନଥିବା ବେଳେ ସରକାର ଙ୍କ ରାଜସ୍ୱ ହାନି ଘଟୁଥିବା ଓ ଠିକାଦାର ଙ୍କ ଏଭଳି ଚଞ୍ଚକତା କାର୍ଯ୍ୟ ଓ ପ୍ରଶାସନ ର ନୀରବଦ୍ରଷ୍ଟା କୁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l

ଏନେଇ ତହସିଲଦାର ଶିବାନୀ ଦାସ ଙ୍କୁ ପଚାରିବାରୁ ମୁଁ ଛୁଟି ରେ ଅଛି ଉକ୍ତ ଘଟଣା ଉପରେ କିଛି ଜାଣି ନଥିବା ଏବଂ ଏହାର ତଦନ୍ତ ପାଇଁ ଅତରିକ୍ତ ତହସିଲଦାର ଙ୍କୁ ଜଣାଉଛି ବୋଲି କହିଥିଲେ l ଅନ୍ୟପଟେ ଠିକାଦାର ଙ୍କୁ ବାଲି ଲିଜ ପାଇଁ ଅନୁମତି ମିଳିଥିଲେ ମଧ୍ୟ ତହସିଲ ପକ୍ଷରୁ ନିର୍ଦ୍ଧିଷ୍ଟ ବ୍ୟବଧାନ ପରିସୀମା ଓ ଶ୍ରମିକ ଙ୍କ ଦ୍ୱାରା ବାଲି ଉଠାଇବା ପାଇଁ ଅନୁମତି ରହିଥାଏ l କିନ୍ତୁ ପାଣି ଭିତରୁ ମେସିନ ଦ୍ୱାରା ମନଇଛା ବାଲି ଉଠାଇବା ପାଇଁ ଅନୁମତି ଦେଲା କିଏ ଏବଂ ତାର କୌଣସି ସଠିକତା ରହୁନଥିବାରୁ ସରକାର ଙ୍କ ରାଜସ୍ୱ ନଷ୍ଟ ହେବାରେ ଲାଗିଛି l ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି l