କଣ୍ଟାବାଞ୍ଜି ବ୍ୟୁରୋ: (ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଥିବା ହନୁମାନ ମନ୍ଦିର ପଡ଼ାରେ ଶିକ୍ଷକଙ୍କ ଘରୁ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଦୃବୁର୍ତ୍ତ ମାନେ ଚୋରି କରି ନେଇଥିବା ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।
ଶିକ୍ଷକ ବୁଢ଼ୀପଦର ଗାଁ ର ସ୍କୁଲ ରେ କାର୍ଯ୍ୟରତ ଜଗତ କଅଁର ଚାକିରୀ ଏବଂ ସ୍ତ୍ରୀ ବେଳପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁରେଖା ସୁନା ଏଏନଏମ ଭାବେ ଚାକିରୀ କରନ୍ତି ।
ସେମାନେ ଘର କୁ ତାଲା ପକାଇ ଡ୍ୟୁଟି ପାଇଁ ଯାଇଥିବା ବେଳେ କେହି ଦୃବୁର୍ତ୍ତ ମାନେ ଘର ତାଲା ଭାଙ୍ଗି ଚୋରି କରି ନେଇଥିବା ସୂଚନା ମିଳିଛି । ପରେ ଘର କୁ ଆସିଲା ପରେ ଏହି ଘଟଣା ଦେଖିବାକୁ ପାଇଁଥିଲେ । ପରେ ସେ ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଦିନକୁ ଦିନ ଅଞ୍ଚଳ ରେ ଚୋରି ଡକାୟତି ବଢୁଥିବା ବେଳେ ପୋଲିସ ଉପରୁ ଲୋକଙ୍କ ଭରସା ଉଠୀବାରେ ଲାଗିଛି ।