ହରଭଙ୍ଗା :୧୩/୦୯ (ଚିତ୍ତରଞ୍ଜନ ସିଂହ)ଦ୍ୱିତୀୟ ଦିନ ରେ ପହଞ୍ଚିଲା ଆନ୍ଦୋଳନ । ଦୁଇ ଦିନ ହେଲା ଶିକ୍ଷକ ଅଭାବ ପ୍ରତିବାଦରେ ଗେଟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ୮ ଶ୍ରେଣୀରେ ୧୭୧ ଛାତ୍ରଛାତ୍ରୀଙ୍କ ପାଇଁ ୫ ଶିକ୍ଷକ ଅଛନ୍ତି । ହରଭଙ୍ଗା ବ୍ଲକ ବୁରୁବୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନକୁ ଆହ୍ଲାଇଛନ୍ତି ଗ୍ରାମବାସୀ ।
ଅନ୍ୟପଟେ ଶିକ୍ଷକ ଆନ୍ଦୋଳନ କୁ ଯିବେ ଶିକ୍ଷକ । ସୂଚନାମୁତାବକ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରୁବୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦପି ପୂରଣ ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ଦୁଇ ଦିନ ହେଲା ସ୍କୁଲ ଗେଟ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ।
ଦୀର୍ଘ ଦିନ ହେଲା ସ୍କୁଲ ରେ ଶିକ୍ଷକ ଯୋଗାଇ ଦେବା ପାଇଁ ଅଭିଭାବକ ଦାବି କରି ଆସୁଥିଲେ ବି ଶିକ୍ଷକ ଦିଆ ନଯିବାରୁ କାଲି ବାଧ୍ୟ ହୋଇ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମିଶି ଶିକ୍ଷକ ଦାବି ରେ ସ୍କୁଲ ରେ ତାଲା ପକାଇଛନ୍ତି । ଅନ୍ୟପକ୍ଷରେ ଘଟଣା ର ଦୁଇଦିନ ବିତି ଯାଇଥିଲେ ବି ଏପଯ୍ୟନ୍ତ ଘଟଣା ସ୍ଥଳରେ କୌଣସି ଶିକ୍ଷାବିଭାଗ ର ଅଧିକାରୀ ପହଞ୍ଚି ପାରି ନାହାନ୍ତି ।