୧୭ ତମ ଦିବସର ରେ ପହଞ୍ଚିଲା ଧର୍ମଗତ ଉପଖଣ୍ତ କୁ ଜିଲ୍ଲା ମାନ୍ୟତା
ଧର୍ମଗଡ଼: ୧୩/୯(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ ଦାବି ନେଇ ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ ର କର୍ମକର୍ତ୍ତା ଆଜି ଗଣଧାରଣା ରେ ବସି କାନି ଖୋଲି କରି ଶୁଣି ସରକାର ଧର୍ମଗତ ଜିଲ୍ଲା ଆମ୍ଭର ଦରକାର ବୋଲି ସ୍ଳୋଗାନ ଦେଇ ଥିଲେ ଫେଡରେସନ ଧର୍ମଗଡ଼ ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ନେତୃତ୍ୱରେ ଜିଲ୍ଲା ଦାବି କୁ ନୈତିକ ସମର୍ଥନ କରି ଶତାଧିକ କର୍ମକତ୍ତା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ କୁ ଶିଘ୍ର ନୂତନ ଜିଲ୍ଲା ଘୋଷଣା କରିବା ପାଇଁ ଦାବି କରିଥିଲେ
ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ ଓ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ଜାଲ ଙ୍କ ସଭାପତିତ୍ତ ରେ ପୂର୍ବତନ ବିଧାୟକ ଯୁଗରାମ ବେହେରା ଜିଲ୍ଲା ପରିଷଦ ସଭ୍ୟ ଗୋପିନାଥ ମହାନନ୍ଦ ଖମାର ହଳଦୀ ସରପଞ୍ଚ ରବିନ୍ଦ୍ର ମୁଣ୍ଡ ଉପଦେଷ୍ଟା ଶ୍ୟାମସୁନ୍ଦର ନାଗ ଧରଣୀଧର ଧଙ୍ଗଡା ମାଝୀ ଆଇନ ଜୀଵି ଦିଗାମ୍ବର ଦୁରୀଆ ଜୟ ମହାନନ୍ଦ ପ୍ରେମଲାଲ ସାଗର ଚକ୍ରଧର ଵେଣୁପାଣୀ ଢଗମାଲ୍ୟା ନାଏକ ସତ୍ୟବାନ୍ ନାଏକ ମହେଶ୍ୱର ସୁନାନୀ ଅପ୍ରେସ ସ୍ଵାଇଁ ଭୁବନେଶ୍ୱର ନିଆଲ ଧର୍ମଗତ ମୁସଲିମ ଜମାଦ କମିଟିର ସଭାପତି ରଫି ଉଦ୍ଧିନ ଖାଁ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।