ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝାରଖମଣରୁ କଣ୍ଠିପଦର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ଗୁଣ୍ଡୁରୀସାହି ଛକ ନିକଟରେ ବହୁଦିନ ଧରି ଏକ କୃତ୍ରିମ ବନ୍ଧ ସୃଷ୍ଟି ହେଇ ପାଣି ଜମି ରହିଛି l ସୂଚନା ଥାଉକି୨୦୧୯ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ୨୦୨୫ ମସିହା ପର୍ଯ୍ୟନ୍ତ ଚୁକ୍ତି ହେଇଥିଲା l
ତେବେ ଏହି ରାସ୍ତା ନିର୍ମାଣ ନିମ୍ନ ମାନର ହୋଇଥିବାରୁ ଗାଡ଼ିମଟର ଯାତାୟତ ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଶୋଚନୀୟ ହେବା ସହ ଏହି ଜାଗାରେ ରାସ୍ତା ନିର୍ମାଣ ସମୟ ପୂର୍ବରୁ ଖାଲ ଥିବାରୁ ଖରା ବର୍ଷା ବାରମାସୀ ପାଣି ଜମି ରହୁଛି ଓ ପାଣି ଯିବା ପାଇଁ ଅନ୍ୟ କୌଣସି କେନାଲ କିମ୍ବା ନିଷ୍କାସନର ବ୍ୟବସ୍ଥା ନଥିବାରୁ ଯାନ ବାହାନ ଗମନା ଗମନରେ ବ୍ୟାଘାତ ହେବା ସହ ଏହି ସ୍ଥାନ ଲୋକଙ୍କ ପାଇଁ ମରଣ ଜନ୍ତା ପାଲଟିଛି l
ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସମ୍ପୃକ୍ତ ଠିକାଦାର ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନିଅନ୍ତୁ ବୋଲି ଗୁଣ୍ଡୁରୀସାହି ଗ୍ରାମବାସୀ ଦାବି କରିଛନ୍ତି l ନଚେତ ଏହା ଏକ ତୀବ୍ର ଆନ୍ଦୋଳନର ରୂପରେଖ ନେବବୋଲି ଚେତାବନୀ ଦେଇଛନ୍ତି l