ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହୋଇ କି ରାଜ୍ୟ ସରକାର ଲୋକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ହେଲେ ଏଠିକାର ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଗୁଡିକ ନିମ୍ନ ମାନର ନିର୍ମାଣ ହୋଇଛି ଯାହା ଫଳରେ ରାସ୍ତା କମ୍ ଦିନ ରେ ରାସ୍ତା କାଳ ନାଲ ହେବା ଦେଖାଯାଇଛି।

ତା’ର ଏକ ଜ୍ଜଲନ୍ତ ଉଦାହରଣ ଦେଖିବାକୁ ମିଳୁଛି ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ରାସ୍ତା ଏନ୍ ଏଚ ୧୩୦ ରାସ୍ତା ଏହି ରାସ୍ତା ରାଜଲକ୍ଷ୍ମୀ କନଟ୍ରକସ ନାମକ ଏକ ଠିକାଦାର ସଂସ୍ଥା କୁ ଦିଆଯାଇଥିଲା । ଏହି ଠିକାଦାର ସଂସ୍ଥା ଉକ୍ତ କାର୍ଯ୍ୟ ତୁଲାଇଥିଲେ ଏହି ରାସ୍ତା ପିଚୁ ଉପରେ କାହିଁକି କ୍ରସର ଗୁଣ୍ଡ ଦିଆଯାଇଛି ।

ଉକ୍ତ ରାସ୍ତାରେ କ୍ରସର ଗୁଣ୍ଡ ଦେବାର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନ କାମ ହୋଇଥିବା ଯୋଗୁ କ୍ରସର ଦିଆଯାଇଥିଲା ଲଘୁଚାପ ବର୍ଷା ଯୋଗୁଁ ରାସ୍ତା ଭାଙ୍ଗି ଯାଇଥିଲା କିନ୍ତୁ ଠିକାଦାରର ଉକ୍ତ ରାସ୍ତାରେ ରାତି ପୁଣି କ୍ରସର ଗୁଣ୍ଡ ଦେଇଥିଲେ। ଏହି ରାସ୍ତା କୁ କେନ୍ଦ୍ରୀୟ ସଂସ୍ଥା ଲୋଖାଯିଵା ସହିତ ପରିବହନ ମନ୍ତ୍ରୀ ନିତିଶ ଗଡକରୀ ଙ୍କୁ ମଧ୍ୟ ଲୋଖାଯିଵା ପାଇଁ ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ ଅଭିଯୋଗ କରିଛନ୍ତି। ଏବଂ ଉକ୍ତ ରାସ୍ତା କୁ ସଠିକ ଭାବରେ ତଦନ୍ତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି ।