କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଗୁରୁବାର ମହାସମାରୋହରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଏକ ହିନ୍ଦୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ନିମନ୍ତ୍ରିତ ଅତିଥି ଓ କବି ମାନଙ୍କୁ ସ୍ବାଗତ ଜଣାଇ ଥିଲେ ଏବଂ ହିନ୍ଦୀ ଦିବସର ମହତ୍ତ୍ଵ ସମ୍ପର୍କରେ ଧାରଣା ଦେଇଥିଲେ । ସେ ଏହି ବର୍ଷ ନୂତନ ଭାବରେ ଖୋଲିଥିବା ହିନ୍ଦୀ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

କବି ରମେଶ ଶର୍ମା, କବି ସନ୍ଦୀପ ଚନ୍ଦ୍ରକାର , କବି ଅବଦୁଲ ମଜିଦ୍ ପାୟାମୀ , କବି ନାହିଦା ସ୍ଵ ରଚିତ କବିତା ପାଠ କରିଥିଲେ ଏବଂ ହିନ୍ଦୀ ଭାଷାର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଜନ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ମେଜର ଡକ୍ଟର ଜୟଦେବ ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଦାସ ଯୋଗ ପ୍ରମୁଖ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି କାର୍ଯକ୍ରମକୁ ସହକାରୀ ଅଧ୍ୟାପିକା ରୋଜ ମେରୀ ଏକ୍କା ପରିଚାଳନା କରିଥିଲେ। ଅନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ଡକ୍ଟର ଅଜୟ କୁମାର ମିଶ୍ର , ହର୍ଜିତ୍ ସିଂହ, ଡକ୍ଟର ରାଜକିଶୋର ମହନା ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।