କଳାହାଣ୍ଡି:(ନରେନ୍ଦ୍ର ନେଗୀ)ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି | ୧୯୪୯  ମସିହା ସେପ୍ଟେମ୍ବର ୧୪  ତାରିଖ ଦିନ ହିନ୍ଦୀ ଭାଷା କୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଥିଲା ଓ ହିନ୍ଦୀ ଭାଷା ଭାରତ ର ସଂସାର ଓ ସଂସ୍କୃତି ର ପ୍ରତିବିମ୍ବ ଅଟେ, ହିନ୍ଦୀ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆମର ରାଷ୍ଟ୍ରୀୟ ଧର୍ମ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ |

କାଯ୍ୟକ୍ରମ ଟିକୁ ମନୀଷା ସିଂ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ଅପରାଜିତା ମଲ୍ଲିକ, ସାଧନା ପ୍ରଧାନ, ଅର୍ଣ୍ଣପୂର୍ଣ୍ଣା ପରି, ସୌମ୍ୟ ମିଶ୍ର ଓ ଶିକ୍ଷକ ବିଶ୍ୱରଂଜନ ମହାପାତ୍ର ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |