କଣ୍ଟାବାଞ୍ଜି ବ୍ୟୁରୋ :୧୫/୦୯(ନରେନ୍ଦ୍ର ନେଗୀ)ପ୍ରବଳ ବର୍ଷା ହେତୁ ତୁରେକେଲା ର ବିଭିନ୍ନ ଜାଗାରେ ଘରଗୁଡ଼ିକ ପାଣି ପଶି ଯାଇଥିବା ବେଳେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ଏଭଳି ସ୍ଥିତିର ଅତି ଶୀଘ୍ର ସମାଧାନ ଯେମିତି ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଏଭଳି ବର୍ଷାରେ ମଧ୍ୟ ଲୋକଙ୍କ ସେବାରେ ଲାଗି ପଡିଛନ୍ତି ପୂର୍ବତନ ସୈନିକ ତଥା ସମିତି ସଭ୍ୟ ଗିରିରାଜ ସିଂ ମାଝୀ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଯେ କୌଣସି ଜାଗାରେ ବର୍ଷା ଯୋଗୁଁ କିଛି ଅସୁବିଧା ହେଲେ ଲୋକଙ୍କ ପାଖରେ ପହଞ୍ଚି ପ୍ରସାସନ ସହ କଥା ବାର୍ତ୍ତା କରି ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି ।

ଦୁଇଦିନ ହେଲା ଲଗାଣ ବର୍ଷା ଯୋଗୁଁ ତୁରେକେଲା ବ୍ଲକ ବଡ଼ଡକଲା ପଞ୍ଚାୟତ ଉପେନ୍ଦ୍ର ବରିହା ଙ୍କ ଘର ଭାଙ୍ଗି ଯାଇଥିବାରୁ ବଡ଼ଡକଲା ସରପଞ୍ଚ ଙ୍କ ସହ ଆଲୋଚନା କରି ପଞ୍ଚାୟତ ଗୃହ ରେ ସେମାନଙ୍କୁ ରଖିବା ସହିତ ସେମାନଙ୍କୁ କିଛି ଶୁଖା ଖାଦ୍ୟ ସାମଗ୍ରୀ ଓ କିଛି ରାଶି ଯୋଗାଇ ଦେଇଥିଲେ ଗିରିରାଜ୍ ସିଂ ଏବଂ ତୁରେକେଲା ବ୍ଲକ ବିଡ଼ିଓ ଓ କଣ୍ଟାବାଞ୍ଜି ତହସିଲଦାର ଶ୍ରୀ ଅମୃତଲାଲ ବେହେରା ଙ୍କୁ ଅନୁରୋଧ କରି ସୋସିଆଲ ରିଲିଫ କମିଶନ ତରଫ ରୁ ଯେଉଁ ସବୁ ସୁବିଧା ଅଛି ଯୋଗେଇ ଦେବାପାଇଁ ଅନୁରୋଧ କରିଥିଲେ । ତାଙ୍କର ଏଭଳି ପ୍ରୟାସ ଦେଖି ଅନେକ ଲୋକ ତାଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି ।