
କୋକସରା ବ୍ଲକ ସମିତି ବୈଠକରେ ରେଜୁଲେସନ୍ ପାସ୍ କରି ସମର୍ଥନରେ ବସିଲେ କୋକସରା ବ୍ଲକ ନିର୍ବାଚିତ ପ୍ରତିନିଧି
ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ ନେଇ କୋକସରା ବ୍ଲକ ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧଜୀବିମାନେ ଆଜି ଗଣଧାରଣାରେ ବସିଛନ୍ତି। ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଜଣାଇ ଧର୍ମଗଡ ଉପଖଣ୍ଡ କୋକସରା ବ୍ଲକ ନିର୍ବାଚିତ ପ୍ରତିନିଧି ଓ ଶତାଧିକ ବୁଦ୍ଧଜୀବୀମାନେ ଏକ ଶୋଭାଯାତ୍ରାରେ ଆସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସହ ଜିଲ୍ଲାପାଳ ଅଜିତ କୁମାର ଶବର ଙ୍କୁ ପ୍ରଦାନ କରି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ। ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ କୁ ସମର୍ଥନ କରି ଆଜି କୋକସରା ପଞ୍ଚାୟତ ସମିତି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ସର୍ଵ ସମ୍ମତି କ୍ରମେ ଧର୍ମଗଡ ଜିଲ୍ଲା ଦାବୀ ନେଇ ଏକ ରେଜୁଲେସନ୍ ପାସ୍ କରାଯାଇଥିଲା।
ଏବଂ କୋକସରା ବ୍ଲକ ଅଧ୍ୟକ୍ଷ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ କୋକସରା ସରପଞ୍ଚ ସଂଘ ସଭାପତି ନକୁଳ ନାଏକଙ୍କ ନେତୃତ୍ଵରେ ବରିଷ୍ଟ ନାଗରିକ ସଂଘ ସମ୍ପାଦକ ମିନିକେତନ ପ୍ରଧାନୀ,ସଂପାଦକ ଇଶ୍ ରାମ କୋଲଥିଆ, ବରିଷ୍ଠ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା, ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ, ଡହଗାଁ ପେକ୍ସ ସଭାପତି ବ୍ରଜରାଜ ନାଏକ, କନ୍ହେଇ ଚରଣ ଦାସ, ସମିତି ସଭ୍ୟ ସଂଘ ସଭାପତି ଘନଶ୍ୟାମ ନାଏକ, ଆମ୍ବପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ବଡ ପୋଡ଼ାଗୁଡା ସରପଞ୍ଚ ଯମୁନା ନାଏକ, ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ, କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା, କାଶିବହାଲ ର ସରପଞ୍ଚ ପୁଷ୍ପାଞ୍ଜଳି ନାଏକ,ମୂଷ ପାଲି ସମିତି ସଭ୍ୟା ଅଞ୍ଜନା ଦୂର୍ଗା, ଟେମରା ସମିତି ଅନୁସୟା ମାଝୀ, ଗୁପ୍ତେଶ୍ୱର ବାଗ, ଶିବାନୀ ଗଏନ୍ତା, ପାର୍ବତୀ ବାଗ,ମୁକ୍ତେଶ୍ଵର ନାଏକ, ଉଆଁସି ପାନ, ବୈଦେହି ବେଶ୍ରା, ବରିଷ୍ଠ ସାମ୍ବାଦିକ ସନତ କୁମାର ପ୍ରଧାନି, ଶରତ ଚନ୍ଦ୍ର ରାଉତ, ଦୁଷ୍ମନ୍ତ ପଟ୍ଟଯୋଷି, ବସନ୍ତ ସରାବୁ, ତ୍ରିଲୋକ୍ୟା ବେଶ୍ରା, କିଶନ ପଟ୍ଟନାୟକ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନେ ଗଣଧାରଣା ରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ ଏବଂ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ,ଏହି ଅବସରରେ ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ, କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଲକ୍ଷ୍ମୀକାନ୍ତ ବାଗ,ସନ୍ତୋଷ କୁମାର ପାଢୀ, ଦିଗାମ୍ବର ଦୁରିଆ, ମିହିର ରଞ୍ଜନ ପଟ୍ଟଯୋଷୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୧୯ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।