
ଜିଲାପାଳଙ୍କୁ ଅଭିଯୋଗ କଲେ କିଓସ୍କୋ ପରିଚାଳକ
ହରଭଙ୍ଗା୧୬/୦୯ (ଚିତ୍ତରଞ୍ଜନ ସିଂହ)) ରାଜ୍ଯ ସରକାର ବର୍ତ୍ତମାନ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତ ମାନଙ୍କରେ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ସି ଏସ୍ ପି ପ୍ଲସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୬ ଟି ବ୍ୟାଙ୍କ ସହିତ MOU ସ୍ଵାକ୍ଷର କରିଥିବା ସୂଚନା ମିଳିଛି। କିନ୍ତୁ ଏଥିରେ ସରକାରୀ ଅଧିକାରୀ ଏବଂ ବୌଦ୍ଧ SBI LDM ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଯୋଜନା ରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ଲୋକ।
ସୂଚନା ଅନୁସାରେ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଲାଗୁ କରିବା ପରେ ବ୍ୟାଙ୍କ ଅଫ୍ ବରୋଦା ବୌଦ୍ଧ ଶାଖା ଲୁଣି ବାହାଲ ଗ୍ରାମ ପଞ୍ଚାୟତ କୁ ତାର ବ୍ୟାଙ୍କିଙ୍ଗ ସୁବିଧା ପଞ୍ଚାୟତ ଭାବେ ଆପଣାଇ ବ୍ୟାଙ୍କ ସେବା ଯୋଗାଇ ଆସିଛି ଏବଂ ଅଧିକ ସୁବିଧା ପାଇଁ ଏକ୍ ଗ୍ରାହକ ସେବା କେନ୍ଦ୍ର ଏବଂ ଏକ ATM କାଉଣ୍ଟର ଲୁଣିବାହାଲ ଠାରେ ଖୋଲିଛି।
ପ୍ରଥମ ପର୍ଯ୍ୟାୟରେ ଲୁଣିବାହାଲ ଗ୍ରାମ ପଞ୍ଚାୟତ ରେ CSP ପ୍ଲସ୍ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଉକ୍ତ ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକ ସେବା କେନ୍ଦ୍ର କୁ csp ପ୍ଲସ୍ ନ କରି ଦୁଇ ଦୁଇ ଟି SBI ଗ୍ରାହକ ସେବା କେନ୍ଦ୍ର ମଧ୍ୟରୁ ଗୋଟିଏ କୁ CSP ପ୍ଲସ୍ କରିବା ଯୋଜନା ରେ ସାମିଲ୍ କରିବାକୁ LDM ଏବଂ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରିପୋର୍ଟ ଦେଇଥିବା ଜଣାପଡିଛି।
ଏଣୁ ଏହାର ବିରୋଧ କରି ଲୁଣିବାହାଲ ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକ ସେବା ପରିଚାଳକ ଧୀରେନ୍ ପ୍ରଧାନ ଆଜି ଜିଲାପାଳଙ୍କୁ ଏକ ଲିଖିତ ଭାବେ ଅଭିଯୋଗ କରିବା ସହିତ ବ୍ୟାଙ୍କ ଅଫ୍ ବରୋଦା CSP କୁ CSP ପ୍ଲସ୍ କରାଯାଉ ବୋଲି ନିବେଦନ କରିଛନ୍ତି। ତେବେ ଜିଲାପାଳ ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ତାହାକୁ ଦେଖିବାକୁ ସମସ୍ତ ଙ୍କ ନଜର ରହିଛି।