ଧର୍ମଗଡ଼:୧୬/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ୍ ଏଚ ୧୩୦ ସି ରାସ୍ତା ତିଆରି ନଶରୁ ଶରୁ ମରାମତି ଆରମ୍ଭ ହେଉଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। କେନ୍ଦ୍ର ସରକାର ଗୋଟିଏ ସହର ରୁ ଆଉ ଗୋଟିଏ ସହର ସଂଯୋଗ କରିବା ପାଇଁ ପାଣି ପରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି କିନ୍ତୁ ଠିକାଦାରର ଓ ବିଭାଗୀୟ ଅଧିକାରୀ ମାନଙ୍କୁ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କମ୍ ଦିନ ମଧ୍ୟରେ ଖରାପ୍ ହେବାରେ ଲାଗିଛି।

ତା’ର ଏକ ଜ୍ଜଲନ୍ତ ଉଦାହରଣ ଦେଖିବାକୁ ମିଳୁଛି। ଏନ୍ ଏଚ ୧୩୦ ସି ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ୍ ଏଚ ରାସ୍ତା ଏହି ରାସ୍ତା ଛତିଶଗଡ଼ ରାୟପୁର କୁ ସଂଯୋଗ କରୁଥିବା ବେଳେ ରାୟପୁର ଓ କଳାହାଣ୍ଡି ବ୍ୟବସାୟ କ୍ଷେତ୍ର ହେଉଥିବା ବେଳେ ଦୈନିକ ମାଳି ବୋଝେଇ ଯାନ ଯାତାୟାତ କରିଥାଏ। ଏହି ରାସ୍ତା କାମ ନିମ୍ନ ମାନର ହେଉଥିବା ବେଳେ ପ୍ରଥମେ ପିଚୁ ରାସ୍ତା ଉପରେ କ୍ରସର ଗୁଣ୍ଡ ଦେଲାପରେ ରାସ୍ତା ଭାଙ୍ଗି ଯିବା ଫଳରେ ପୁଣି କଂକ୍ରିଟ ରାସ୍ତା ମରାମତି କରାଯାଉଛି।

ହେଲେ ଏଠି ରାସ୍ତା କାମ ପାଇଁ ଟେଣ୍ଡର ବାହାରି ସମୟରେ ଠିକାଦାର ସଂସ୍ଥା ପାଖରେ ରାସ୍ତା ତିଆରି କାମ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ନଥିଲେ ଉକ୍ତ ରାସ୍ତା କାମ ରେ ଟେଣ୍ଡର ରେ ଭାଗ ନେଇ ପାରିବେ ନାହିଁ। କିନ୍ତୁ ସମସ୍ତ ପ୍ରକାର ଯନ୍ତ୍ର ପାତିଥାଇ ରାସ୍ତା କହିକି ଏତେ ନିମ୍ନ ମାନର ହୋଇ ମରାମତି କମ୍ ଦିନ ରେ ମାରାମତି ହେଉଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଏହି ରାସ୍ତା ରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏନେଇ ଆମେ ବିଭାଗୀୟ ଅଧିକାରୀ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇ ପାରିଲା ନାହିଁ।