ହରଭଙ୍ଗା :୧୬ /୯ (ଚିତ୍ତରଞ୍ଜନ ସିଂହ)ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ତଥା ବୌଦ୍ଧ ଜିଲ୍ଲା ସଭାପତି ଦିଲିପ କୁମାର ପ୍ରଧାନ ଙ୍କ ନେତୃତ୍ଵରେ ଜିଲ୍ଲାର ତିନିଗୋଟି ବ୍ଲକରେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣଧାରଣା ଆଜି ନବମ ଦିନରେ ପହଞ୍ଚିଛି। ଏହି ଅବସରରେ ଆଜି ଅପରାହ୍ନରେ ଜିଲ୍ଲା ଅଣଗେଜେଟେଟ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର, ସଭାପତିଜିତେନ୍ଦ୍ର ମିଶ୍ର ଓ ସଂପାଦକ ତପନ ମିଶ୍ର ପ୍ରମୁଖ ହରଭଙ୍ଗା ବ୍ଲକର ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକସଂଘ ର ନ୍ୟାଯ୍ୟ ଦାବି କୁ ଆମେ ଓ ଆମ ସଂଗଠନ ସଂପୁର୍ଣ୍ଣ ସମର୍ଥନ କରୁଛି ବୋଲି କହିବା ସହ ଦାବି ପୁରଣ ପଯ୍ୟନ୍ତ ଧାରଣା ଚାଲୁ ବୋଲି ଅଧ୍ୟକ୍ଷ ରାଜେନ୍ଦ୍ର ମହାପାତ୍ର ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭାପତି ଜିତେନ୍ଦ୍ର ମିଶ୍ର ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀ କାହାର ନାଲିଆଖିକୁ ନଡରି ଦାବି ପୂରଣ ପଯ୍ୟନ୍ତ ଗଣଧାରଣା ଜାରି ରହୁ ବୋଲି ପ୍ରକାଶ କରିଥିଲେ ଓ ଶେଷରେ ସଂପାଦକ ତପନ ମିଶ୍ର ଏକତା ଭାବେ ସଂଗ୍ରାମ ଜାରି ରହିଲେ ସଫଳତା ନିଶ୍ଚିତ ହାସଲ ହେବବୋଲି କହିଥିଲେ। ସଂପାଦକ

ମଦେବ ଦାଶ ପରିଚାଳନା କରିଥିବା ବେଳେ ସଭାପତି ସମସ୍ତଙ୍କ ତରଫରୁ ଏନ ଜି ଓ ସି ସି କର୍ମକର୍ତ୍ତାଙ୍କୁ ତାଙ୍କର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତିନି ଦଫା ଦାବି ନେଇ ସମୁହ ଛୁଟି ରେ ରହି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକର ସତର ଗୋଟି କ୍ଲଷ୍ଟର ଚାରି ଶହରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସମେତ ପ୍ରାଥମିକ ଶିକ୍ଷକ ସଂଘ NPS ସଭାପତି ଶ୍ରୀ ରଜତ କୁମାର ନାୟକ, ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ, ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ସଭାପତି ବିରେନ ଦାସିଆ, ଉପସଭାପତି ଶ୍ରୀ ଅଜୟ କୁମାର ପ୍ରଧାନ, ଶିକ୍ଷକନେତା ପ୍ରସନ୍ନଭୋକ୍ତା,ଦିଲୀପମହାନ୍ତି,ସୁବାସ ଚନ୍ଦ୍ର ପ୍ରଧାନ, ଅନିଲକର୍ମୀ,ସତ୍ଯନାରାୟଣ ନାୟକ ,ମନମୋହନସାହୁ, ବିରେନମଲ୍ଲିକ,ବୃନ୍ଦାବନ ସାହୁ, ଶୁଶିଲ କୁମାର ଭୋଇ, ସନ୍ତୋଷ କୁମାର ସେଠୀ, ନୀଳାଞ୍ଚଳ ବିହାରୀ ମିଶ୍ର, ଅଜୟ କୁମାର ମିଶ୍ର, ପ୍ରସନ୍ନ ପ୍ରଧାନ, ସତ୍ଯନାରାୟଣ ସାହୁ, ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଥିଲେ। ଧାରଣ ସ୍ଥାନରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ନିଜ ସମସ୍ୟା ଉପସ୍ଥାପନ କରିଥିଲେ।


ଦାବୀସମୂହ: –
*ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଉଛେଦ କରି କ୍ୟାଡର ଭୁକ୍ତ କରିବା, ଗଣଶିକ୍ଷକ ଙ୍କୁ ନିଅମିତ କରିବା, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ।
* ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ।
* ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ।