କାଶୀପୁର:(ଅଞ୍ଜନ କୁମାର ନାଏକ)ଏକ ସପ୍ତାହ ଧରି କାଶୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସିକ୍ଷୀୟତ୍ରୀ କାଶୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଆଭାନ କ୍ରମେ ଧାରଣାରେ ବସିଛନ୍ତି ।ସମଗ୍ର ରାଜ୍ୟରେ ସରକାରୀ କ୍ଷେତ୍ରରେ ଠିକା ସଂସ୍ଥା ଉଛେଦର ଏକ ବର୍ଷ ବିତିଗଲେ ମଧ୍ୟ ରାଜ୍ୟ ସରକାର ବାରମ୍ବାର ପ୍ରାଥମିକ ଶିକ୍ଷକଙ୍କୁ ଅନ୍ୟାୟ କରି ଚାଲିଛନ୍ତି ।ବର୍ତ୍ତମାନ ସୁଦ୍ଧା ଶିକ୍ଷକଙ୍କ କୌଣସି ଦାବୀକୁ ସରକାର ଗୁରୁତ୍ୱ ନ ଦେଇ ପୁଣି ଧାରଣା ଭାଙ୍ଗି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇ ଏକ ପ୍ରକାର ନାଲି ଆଖି ଦେଖାଇଛନ୍ତି ବୋଲି କନିଷ୍ଠ ଶିକ୍ଷକ ସଂଘ ସଭାପତି ତଥା NPC ଶିକ୍ଷକ ସଂଘର ସକ୍ରିୟ ସଦସ୍ୟ ଶ୍ରୀ ହୃଦାନନ୍ଦ ଦାସ ଅଧିକାରୀ ପ୍ରକାଶ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ବହୁଜନ ସମାଜ ଦଳପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ଜିତୁ ଯାକେସିକା ,ବରିଷ୍ଠ ବହୁଜନ ସମାଜ ସେବୀ ସରୋଜ ନାଏକ, କାଶୀପୁର ବ୍ଲକ ବହୁଜନ ସମାଜ ସଭାପତି ବିଶ୍ବମ୍ବର ନାଏକ ଏବଂ ଅନ୍ୟମାନେ କାଶୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ଗଣ ଧାରଣାରେ ଯୋଗ ଦେଇଥିଲେ ।ଶିକ୍ଷକଙ୍କ ନ୍ୟାର୍ଯ୍ୟା ଦାବୀ ହକ ଅଧିକାରକୁ ସରକାର ଜାଣି ଶୁଣି ଅଣଦେଖା କରିଚାଲିଛନ୍ତି ।

ଏହା ଏକ ସରକାରଙ୍କ ମାରଣା ନୀତି ବୋଲି ଶ୍ରୀ ଯାକେସିକା ଓ ସରଜ ନାଏକ ସରକାରଙ୍କୁ ବର୍ଷିଛନ୍ତି ଶିକ୍ଷକଙ୍କ ତିନି ଦଫା ଦାବୀ ସମୂହକୁ ତୁରନ୍ତ ଗ୍ରହଣ କରିବାକୁ ମଞ୍ଚରୁ ପ୍ରକାଶ କରିଛନ୍ତି ନଚେତ ସମଗ୍ର ରାଜ୍ୟରେ ବହୁଜନ ସମାଜ ପକ୍ଷରୁ ସରକାରଙ୍କ ଶିକ୍ଷକ ମାରଣା ନୀତି ବିରୁଦ୍ଧରେ ରାଜ ରାସ୍ତାରେ ଅଲାଇବ ବୋଲି ଚେତାବନୀ ଦେଇଛନ୍ତି ।ଧାରଣାରେ କାଶୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରୁନ କୁମାର ନାଏକ ,ଦଶରଥ ନାଏକ, ଲିପ୍ତ କେଶରୀ ବେହେରା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।