ହରଭଙ୍ଗା :୧୭/୦୯ (ବିଚିତ୍ର ମୟ ଏହି ସୃଷ୍ଟି, ବିଚିତ୍ର ସ୍ରଷ୍ଟା ଓ ସୃଷ୍ଟି କୁ ନିଜ ବିନ୍ଧାଣ ମୁନରେ ସରସ ସୁନ୍ଦର କରି ଗଢି ତୋଳିଥିବା କାରିଗର ଙ୍କ କାରିଗରୀ ସବୁଠୁ ବିଛିତ୍ର, ତାଙ୍କୁ ଜଣା ସୃଷ୍ଟି କେମିତି ଏକ ରଙ୍ଗ ବେରଙ୍ଗ ଜୀବନ୍ତ ଓ ବୈଚିତ୍ର ମୟ ହେବ!ଆଜି ସେହି ବିଶ୍ୱ ବିନ୍ଧାଣି ବିଶ୍ୱକର୍ମା ଙ୍କ ପୂଜା!ପୁର ଠୁ ପଲ୍ଲୀ ମୁଖରିତ ବିଶ୍ୱକର୍ମା ପୂଜା ପାଇଁ!ଏହି ବିଶ୍ୱକର୍ମା ପୂଜା କୁ ବହୁ ଆଡମ୍ବର ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଳ ପରିମଳ ବିଭାଗ କାଯ୍ୟଳୟ ଠାରେ ବିଭାଗ ପକ୍ଷରୁ ପାଳନ କରାଯାଇଛି!ବିଭାଗୀୟ ଯନ୍ତ୍ରୀ ପ୍ରଦୀପ ଜେନା ଓ ସ୍ଵଧର୍ମିଣୀ କର୍ତ୍ତା ଭାବେ କାର୍ଯ୍ୟ ତୁଳାଇଥିଲେ!
ସେହିଭଳି ପୁରୁଣାକଟକ ବିଦ୍ୟୁତ ବିଭାଗ, ହରଭଙ୍ଗା ବ୍ଲକ ରାଜମିସ୍ତ୍ରୀ ସଂଘ, ଓଡିଶା ଡ୍ରାଇଭର ମହାସଂଘ ରାମଗଡ ପଞ୍ଚାୟତ ଆନୁକୂଲ୍ୟରେ ବାବା କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରେ ଓ ଓଡିଶା ଡ୍ରାଇଭର ମହାସଂଘ ତିଲେଶ୍ୱର ପଂଚାୟତ ବାବା ଗୁପ୍ତେଶ୍ୱର ପ୍ରାଙ୍ଗଣ ନିକଟରେ, ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି!ଏତତ ବ୍ୟତୀତ ବ୍ଲକ ର ପୁରୁଣାକଟକ ଶାନ୍ତି ଦେବି ଆଇ ଟି ଆଇ, ତିଲେଶ୍ୱର, କୁମାରୀ, କୁସଙ୍ଗ, ଅଯୋଧ୍ୟା, ହରଭଙ୍ଗା ଓ ନିର୍ମାଣ ଧୀନ ଖୋର୍ଦ୍ଧା -ବଲାଙ୍ଗୀର ରେଲୱେ ବିଭାଗ ପକ୍ଷରୁ କାର୍ଯ୍ୟାଳୟ କରଞ୍ଜକଟା ଠାରେ ବହୁ ଧୂମାଧାମ ରେ ବିଶ୍ୱକର୍ମା ପୂଜା ପାଳିତ ହୋଇଥିବା ଦେଖିବାକୁ ମିଳିଛି!