ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଆଜି ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ। ଏହି ଦିବସକୁ ପାଳନ କରିବା ସହ ଆଜିର ବିଶ୍ଵକର୍ମା ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ବିଶ୍ଵକର୍ମା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ସିଧା ପ୍ରସାରଣ ଟିଭିରେ ଦେଖିବା ସହ ତା ପୁର୍ବରୁ ଟିଟିଲାଗଡ ଠାରେ ଆୟୋଜିତ ଏହି ଉତ୍ସବରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜିଲ୍ଳା ଓବିଶୀ ମୋର୍ଚ୍ଚା ସଭାପତି ଅକ୍ଷୟ ରଣ।ଙ୍କ ସଭାପତିତ୍ବରେ ଭାରତର ଜଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ, ଜିଲ୍ଲା ସଭାପତି ଶିବାଜି ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମୁକେଶ ଜୈନ, ଟିଟଲାଗଡ ନଗର ସଭାପତି ଶ୍ରୀ ପ୍ରଶାନ୍ତ ଷଡଙ୍ଗୀ, ସାଂସଦଙ୍କ ନଗର ପ୍ରତିନିଧି ଆଲୋକ ନାୟକ, ରାଜ୍ୟ ଓବିଶି ମୋର୍ଚ୍ଚା ଉପସଭାପତି ଦିଲୀପ ଖର୍ସେଲ, ଆଇଟି ସେଲ ପ୍ରଭାରି ଜ୍ୟୋତ୍ସ୍ନା ଶର୍ମା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଆଶିଷ ସାହୁ, ୱାର୍ଡ ନମ୍ବର ୧୫ ର କାଉନ ସିଲର ଶ୍ରୀ ସୁନିଲ ଆଚାର୍ଯ୍ୟ , ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଦସ୍ୟ ନରସିଂହ ସିଂ ଉପସ୍ଥିତ ଥିଲେ। ଭାରତମାତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଦ୍ଵୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।