ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମରେ ରେଡ଼ l ୨ କେଜି ଅଫିମ, ୨ କେଜି ଗଞ୍ଜେଇ ପାଉଡର ଓ ୬୦ ପ୍ୟାକେଟ ସିଗାରେଟ ସହହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ କରିଛି STF । ଜଣେ ନିଶା ବେପାରୀ କୁ ଗିରଫ କରିବାରେ ସଫଳ ହୋଇଛି STF । ଅଭିଯୁକ୍ତ ଜଣକ ହେଲେ ଅବସର ପ୍ରାପ୍ତ କର୍ପୋରେସନ କର୍ମଚାରୀ ସନାତନ ପ୍ରଧାନ । ଜବତ ଅଫିମର ଆନୁମାନିକ ମୂଲ୍ୟ୩ ଲକ୍ଷ ଟଙ୍କା ଓ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ ହଜାର ହେବ । ତେବେ କେବେ ଠୁ ଚାଲିଛି ରାକେଟ ଏଥିରେ କେଉଁ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାହା ଅଧିକ ତଦନ୍ତ କରୁଛି STF ।
ସୂଚନା ଅନୁଯାୟୀ ଗତକାଲି କୌଣସି ସୂତ୍ର ରୁ ଖବର ପାଇ STF ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମର ସନାତନ ପ୍ରଧାନ ଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ବ୍ୟାପକ ନିଶା ଦ୍ରବ୍ୟ ସହ ଜନ୍ତୁ ଚମଡା ଓ ଦାନ୍ତ ଜବତ କରିଛି STF । ଅନ୍ୟପଟେ ପୋଲିସ ର ନାକ ତଳେ କିଭଳି ଏତେ ବଡ଼ ରାକେଟ ଚାଲୁଥିଲା କିନ୍ତୁ କୌଣସି ଅଧିକାରୀ ଜାଣିପାରିଲେନି କେମିତି । ବାରମ୍ବାର ବୌଦ୍ଧ ଜିଲ୍ଲା ରେ ବନ୍ୟ ଜନ୍ତୁ ଶିକାର ହେଉଛି l
ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ଜିଲ୍ଲା ରେ l ପୁରୁଣାକଟକ ପୋଲିସ କରୁଛି କଣ । ନାମ କୁ ମାତ୍ର ଚାଲିଛି ପେଟ୍ରୋଲିଂ ଵ୍ୟବସ୍ଥା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ଦିନ ଦ୍ବିପ୍ରହରରେ ସନାତନ ଚାରିଛକ ବଜାର ଉପରେ ନିଶା ବେପାର ସହ ନିଶା ସେବନ କରନ୍ତି କିନ୍ତୁ ପୋଲିସ ସବୁ ଦେଖି ଚୁପ ରହିବାର କାରଣ କଣ ବୋଲି ପ୍ରଶ୍ନ ଉଠୁଛି । ପୋଲିସ ସହ ଭିତିରିଆ ସଲାସୁତୁରା ରେ ଚାଲିଥିଲା କି ସନାତନ ଙ୍କ ନିଶା ସାମ୍ରାଜ୍ୟ । ଏଭଳି କିଛି ଏବେ ଚର୍ଚ୍ଚା ଜୋର ଧରିଛି l