କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ବନ୍ଦୋପଲାସ୍ଥିତ ବିକାଶ ଉଇସଡ଼ମ ପାର୍କ ପରିସରରେ ଆଜି ଏକ ଜଳ ବିଶୋଧନ ପ୍ରକଳ୍ପ ( ଜିରୋ ଲିକୁଇଡ ଡିସ୍ଚାର୍ଜ ସ୍ବେଜ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ )ଉଦଘାଟିତ ହୋଇଯାଇଛି l ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର କାର୍ଯ୍ୟକାରୀ ନିର୍ଦେଶକ ଡି. ନାଗେଶ୍ୱର ରାଓ ଏହି ପ୍ରକଳ୍ପକୁ ଗୁରୁବାର ଉଦଘାଟନ କରିଛନ୍ତି l ପ୍ରକଳ୍ପ ଉଦଘାଟନ ସମୟରେ ଭବାନୀପାଟଣା ବିକାଶ ଗ୍ରୁପର ନିର୍ଦେଶକ ଡି. ଶ୍ୟାମ, ଅନ୍ୟତମ ନିର୍ଦେଶକ ଡି. ରାମ କୁମାର, ବିକାଶ ଯୁକ୍ତ ଦୁଇ ଵିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ଵିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ
ଏମବିବିଆର ଏବଂ ଆରଏଏସ ପ୍ରକଳ୍ପ ମଧ୍ୟ ଏହା ସହ ସଂଯୋଗ ଜରାଯାଇଛି l ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ପରିଚାଳିତ ଏହି ଏହି ପ୍ରକଳ୍ପ ପ୍ରଥମ ଥର ପାଇଁ ଓଡ଼ିଶାର ବିକାଶ ଉଇସଡମ ପାର୍କରେ ସ୍ଥାପନ କରାଯାଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଛି l ଏହି ପ୍ରକଳ୍ପର ଦୈନିକ ଜଳ ବିଶୋଧନ କ୍ଷମତା ପାଞ୍ଚ ଲକ୍ଷ ଲିଟର l ଏହା ଅନବରତ ଭାବେ କାର୍ଯ୍ୟ କରିଥାଏ l ଚାରିଟି ପର୍ଯ୍ୟାୟ ଦେଇ ଏହି ପ୍ରକଳ୍ପ ଦୂଷିତ ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରିଥାଏ l
ଏହି ପ୍ରକଳ୍ପରେ କମପରିମାଣରେ ବିଦ୍ୟୁତ ଆବଶ୍ୟକ ହୋଇଥାଏ l ପ୍ରାୟ ଦୁଇ କୋଟି ବ୍ୟୟରେ ସ୍ଥାପିତ ଏହି ପ୍ରକଳ୍ପର କାର୍ଯ୍ୟକାଳ ପ୍ରାୟ ୩୦ ରୁ ୩୫ ବର୍ଷ ଏବଂ ଏହା ସହଜରେ ସ୍ଥାନାନ୍ତର କରାଯାଇପାରିବ ବୋଲି ସମ୍ବଲପୁରର ନିର୍ମାଣ ସଂସ୍ଥା ଏନଜିଓଟେକ ଏକ୍ଵା ଇଞ୍ଜିନିୟର ପକ୍ଷରୁ ସୂଚନା ଦିଆଯାଇଛି l ଏହି ପ୍ରକଳ୍ପ ଦ୍ୱାରା ଭୁତଳ ଜଳର ବ୍ୟବହାର ହ୍ରାସ କରାଯାଇ ଜଳର ପୁନର୍ବ୍ୟବହାର କରାଯାଇ ପାରିବ l ଫଳରେ ପ୍ରାକୃତିକ ସମ୍ପଦ ଜଳର ସୁ ବିନିଯୋଗ କରାଯାଇପାରିବ l