ଢେଙ୍କାନାଳ: ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ପଞ୍ଚମ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ପୂଜା,ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡ଼ଶ ଉପଚାରରେ ପୂଜା, ଚଣ୍ଡୀ ପାଠ ପୂଜା ଓ ଯଜ୍ଞ, ଅଖଣ୍ଡ ଦୀପ ସ୍ଥାପନା ହୋଇଥିଲା। ଆଜି ନବ ରାତ୍ରୀ ର ପଞ୍ଚମ ଦିନରେ ମା’ଙ୍କୁ ସ୍କନ୍ଧମାତା ବେଶରେ ସଜ୍ଜିତ କରାଯାଇଥିଲା।

ପ୍ରତ୍ୟେକ ଦିନ ୧୦୦୮ ବେଲପତ୍ର ଲାଗି କରାଯିବ ମା’ଙ୍କୁ ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବ। ପୂଜକ ଲିଙ୍ଗରାଜ ପତି ଶର୍ମା, ସୈାମ୍ୟବ୍ରତ ପତି, ପବିତ୍ର ପାଣିଗ୍ରାହୀ ଓ ମନ୍ଦିର ର ପୂଜକ ଆପୁଲି ରଣା ମନ୍ଦିର କର୍ମକର୍ତ୍ତା ବ୍ରଜ ମୋହନ ସାହୁ,ରବିନ୍ ଗାନ୍ଧୀ, ଅଭିମନ୍ୟୁ ବେହେରା ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ଏହି ନବରାତ୍ର ପୂଜା ପଞ୍ଚମ ଦିବସ ପାଳନ କରାଯାଇଥିଲା।