ଢେଙ୍କାନାଳ :୧୯ /୧୦ ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତା ରେ ଦେବୋତ୍ତର ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଦେବୋତ୍ତର ବିଭାଗର ଜମି ଜମାର ସୁରକ୍ଷା ନିମନ୍ତେ ଏକ କମିଟି ଗଠନ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଛି l ଏହି କମିଟିରେ ଜିଲ୍ଲାପାଳ(ଅଧ୍ୟକ୍ଷ ),ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ଢେଙ୍କାନାଳ ସଦର ଉପଜିଲ୍ଲାପାଳ, ଦେବୋତ୍ତର ଅଧିକାରୀ ଓ ଗଁନ୍ଦିଆ ତହସିଲଦାର ସଦସ୍ୟ ରହିବେ l ପ୍ରତି 15ଦିନରେ ଥରେ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ l

କମିଟି ଜବରଦଖଲ ଜମି ଚି଼ହ୍ନଟ କରି ତାର କିସମ ସରଜମିନ ତଦନ୍ତ କରି ଏକ ବିସ୍ତୃତ ବିବରଣୀ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଏହାସହିତ ଦେବୋତ୍ତର ବିଭାଗର ନିଲାମ ହୋଇନଥିବା ଉତ୍ସ ଗୁଡିକ ସ୍ଥିରୀକୃତ କରିବା ପାକଁ ପୂର୍ବ ବର୍ଷର ନିଲାମଧାରୀଙ୍କ ସହ ବୈଠକ ନିମନ୍ତେ ଏହି ବୈଠକ ରେ ସ୍ଥିର କରାଯାଇଛି l

ଯେପରି ଜିଲ୍ଲା ସ୍ତରରେ କମିଟି ଗଠନ କରାଗଲା ସେଇଭଳି ତହସିଲ ମାନଙ୍କରେ ରାଜସ୍ବ ଅଂଚଳରେ କମିଟି ଗଠନ କରାଯିବ ଓ ସମଗ୍ର ଜିଲ୍ଲାରେ ନୀତିକାନ୍ତି ପରିଚାଳନା ଦାୟିତ୍ୱ ଦେବୋତ୍ତର ନିରୀକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ଦିଆଯାଇଛି l
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ଲଳିତ ମୋହନ ବେହେରା, ଢେଙ୍କାନାଳ ସଦର ଉପଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ଦେବୋତ୍ତର ଅଧିକାରୀ ଶ୍ରୀ ହରିହର ପଞ୍ଚୁଆତି ଓ ଦେବୋତ୍ତର ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l