ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୩ ” ଓ “ଓଡିଶା ମିଳଲେଟ୍ସ ପ୍ରତିଯୋଗିତା ୨୦୨୩ ” ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମର ଉଭୟ ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝୀ ସଭାପତିତ୍ୱ କରିଥିଲେ I
କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠିଙ୍କ ଦ୍ୱାରା ଶୁଭ ଉଦଘାଟନ କରାଯାଇଥିଲା l ସମ୍ମାନିତ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର, ମୁଖ୍ୟ ବକ୍ତା ଭାବରେ ବ୍ଲକ କୃଷି ଅଧିକାରୀ ନୀଳମଣି ମେହେର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସlରଙ୍ଗଧର ମୁଣ୍ଡ,କାର୍ଯ୍ୟକ୍ରମର ଆବାହକ ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ ମଞ୍ଚାସିନ ଥିଲେ l
କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ମଞ୍ଚାସୀନ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଧର୍ମଗଡ଼ ପଂଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଲିଙ୍ଗରାଜ ପାତ୍ର ଓ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷl ଶ୍ରୀମତୀ ମନୀଷା ମିଶ୍ର,ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ଏ ବି ଇ ଓ ଗଣେଶ୍ୱର ନାଏକ, ଏ ଓ ପି ଟି ଏ ର ରାଜ୍ୟ ସାଧାରଣ ସମ୍ପାଦକ ବଂକିମ ଚନ୍ଦ୍ର ସାଗର ଯୋଗଦାନ କରିଥିଲେ l
କାର୍ଯ୍ୟକ୍ରମରେ ଶିଶୁ ସୁରଭି ର ୧୦ ଗୋଟି ବିଷୟ କୁ ନେଇ କନିଷ୍ଠ, ବରିଷ୍ଠ, ଉଚ୍ଚ ମାଧ୍ୟମିକ, ଦିବ୍ୟାଙ୍ଗ ସ୍ତରୀୟ ଏବଂ ଓଡିଶା ମିଳଲେଟ୍ସ ର ୩ ଗୋଟି ବିଷୟରେ ପ୍ରତିଯୋଗିତା ହୋଇଥିଲା l କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ବିକାଶ କରିବା l ଯେଉଁ ପ୍ରତିଯୋଗୀମାନେ ପ୍ରଥମ ସ୍ଥାନରେ କୃତିତ୍ୱ ହାସଲ କରିଛନ୍ତି ସେମାନେ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଭାଗ ନେବେ l ଖନାତରା ସି ଆର ସି ସି ଚିତ୍ତରଞ୍ଜନ କୁମାର ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ସି ଆର ସି ସି, କାଶୀବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ।