ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଦେଶ ଓ ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସମୟରେ ପୋଲିସ ଜନସାଧାରଣଙ୍କୁ ସହଯୋଗ କରି ଆସିଛି। ଅନେକ ସମୟରେ ନିଜେ ବଳୀ ପଡି ଅନ୍ୟର ଜୀବନ ରକ୍ଷା କରିଆସୁଛି । ପୋଲିସ ସବୁବେଳେ ଜନସାଧାରଣଙ୍କ ବନ୍ଧୁ l ତେଣୁ ଲୋକେ ପୋଲିସକୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି।

ଆଜି ଜିଲ୍ଲାର ରିଜର୍ଭ ପୋଲିସ ପଡିଆ ଠାରେ ୬୪ ତମ ଶହୀଦ ପୋଲିସ ଦିବସ ଅବସରରେ ଜନସାଧାରଣଙ୍କୁ ଏହି ନିବେଦନ କରିଛନ୍ତି l ଜିଲ୍ଲା ପୋଲିସ ଫୋର୍ସ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ସହିତ ଶହୀଦ ପୋଲିସଙ୍କ ସ୍ମୃତି ଚାରଣ କରିଛନ୍ତି l

ଏହା ସହିତ ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରିବା ସହିତ ନିଷ୍ଠାର ସହ ନିଜ ଦାୟିତ୍ବ ସମ୍ପନ୍ନ କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ l ସେ ଶହୀଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ନିଜ ଉଦବୋଧନରେ ଶହୀଦ ପୋଲିସ କର୍ମଚାରୀ ମାନଙ୍କୁ ମନେ ପକାଇଥିଲେ l ଏହି ସମାରୋହରେ ଜିଲ୍ଲା ସ୍ତରୀୟ ପୋଲିସ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଆଇନଜୀବୀ ମାନେ ଯୋଗ ଦେଇଥିଲେ।