ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ଧୁମ ଧାମରେ ପାଳିତ ହୋଇଯାଇଛି ଟିଟଲାଗଡ ହାଟପଦା ପଡ଼ାର ଦୁର୍ଗା ପୂଜା। ଚଳିତ ବର୍ଷ ଅତି ସୁନ୍ଦର ଲାଇଟ ସାଜସଜ୍ଜା ସହ ଭିତର ପେଣ୍ଡାଲ ଅତି ଆକର୍ଷଣୀୟ ହୋଇଛି। ପୂଜକ ରୁଦ୍ର ମାଧବ ଗାୟତ୍ରୀ ପତି ଓ ଦିଲିପ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣରେ ରୀତିନୀତି ଅନୁସାରେ ପୁଜା ଚାଲିଥିବା ବେଳେ କର୍ତ୍ତା ଭାବେ ଶ୍ରୀ ସୁବୋଧ ଦାସ ଏବଂ ସପତ୍ନି ପୁଜାରେ ବସିଥିଲେ।

ଆଜି ରବିବାର ମାଁ ଦୁର୍ଗାଙ୍କ ଅଷ୍ଟମୀ ପୁଜା ରୀତି ନୀତି ଅନୁସାରେ ଚାଲିଥିବା ବେଳେ ଗତ ଶନିବାର ସପ୍ତମୀ ଠାରୁ ମାଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ମାଁଙ୍କୁ ସୁମରି ଯିଏ ଯାହା ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ।

କମିଟିର କର୍ତ୍ତା ପଡ଼ାବାସି ତଥା ସହର ବାସୀଙ୍କ ପାଇଁ ମଙ୍ଗଳ କାମନା କରିବା ସହ ସମସ୍ତଙ୍କ ଉପରେ ମାଁ ଙ୍କ କୃପା ଲାଭ ହେଉ ବୋଲି ପ୍ରାର୍ଥନା କରିଥିଲେ। କମିଟିର ସଦସ୍ୟଙ୍କ ଦ୍ବାରା ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭକ୍ତଙ୍କ ନିମନ୍ତେ ଅର୍ନ ପ୍ରସାଦ ବଣ୍ଟନ କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି।