ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଗାଁ ରେ ବାର୍ଷିକ ଦଶହରା ପର୍ବ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପାଳିତ ହୋଇ ଯାଇଛି.ଗ୍ରାମର ଝାଙ୍କର ତ୍ରିଭୁବନ ମାଝୀ ଵିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରିଥିଲେ.ଏହି ବୁଢାରଜା ଙ୍କ ଦଶହରା ପର୍ବ ଅବସରରେ ଧୁମଧାମ ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା.ବୁଢାରଜା ପୂଜା କମିଟି ର ସଭାପତି ଜୟନ୍ତ କୁମାର ମୁଣ୍ଡ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ମୌଶୋଧି ବାଗ ଯୋଗଦେଇ କଳାହାଣ୍ଡି ର ବିରାବାଦ୍ୟ ଘୁମୁରାର ଶୁଭଉଦଘାଟନ କରିଥିଲେ.
ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଧର୍ମଗଡ ଜୋନ ଏକ ର ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଧର୍ମଗଡ nac ଉପାଧ୍ୟାକ୍ଷ୍ୟା ମନୀଷା ମିଶ୍ର, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା,ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ କୁମାର ନାଏକ, ସମିତି ସଭ୍ୟା ଇନ୍ଦୁମତୀ ମାଝୀ, ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ବରିଷ୍ଠ ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ , ସମେତ. ଅନେକ ମାନ୍ୟଗୁନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥାଇ ମଞ୍ଚାସିନ ହୋଇଥିଲେ.
ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୯ ଟି ଘୁମୁରା ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ. ନୂତନ ଓ ପୁରାତନ ଘୁମୁରା ଦଳ ଦୁଇଟି ବିଭାଗ ରେ ପ୍ରତିଯୋଗିତା ଟି କରାଯାଇଥିଲା. ପୁରାତନ ଘୁମୁରାରେ ରାଜାମୁଣ୍ଡା ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ ମୀନଗୁର ଓ ମୋଟର ଏବଂ ରାଜାମୁଣ୍ଡା ନୂଆଗାଁ ଦଳ ତୃତୀୟ ସ୍ଥାନରେ ଅଧିକାର କରିଥିଲା ସେହିପରି ନୁତନ ଘୁମୁରାରେ କଦଳୀମୁଣ୍ଡା ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାରସମାଲ ଦ୍ଵିତୀୟ ଓ ପଦମପୁର ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ . କାର୍ଯ୍ୟକ୍ରମ ରେ ସତ୍ୟବାନ ନାଏକ, ଧର୍ମପଦ ସୁନାନୀ , ବିକ୍ରମ ଗୋପାଳ, ତ୍ରିଭୁବନ ମାଝୀ, ପଦ୍ମଲୋଚନ ସେଠି ବିଚାରପତି ରହିଥିଲେ. ଢଗ ନାଏକ, ସୁଶାନ୍ତ ଧଙ୍ଗଡ଼ାମାଝୀ,କ୍ଷୀରସିନ୍ଧୁ ନାଏକ, ପ୍ରଶାନ୍ତ ନାଏକ, ଉପସ୍ଥିତ ଥିବା ବେଳେ ସତ୍ୟବାନ୍ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।