ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶକ୍ତି ପୀଠ ରେ ନବରାତ୍ର ର ମହାନବମୀ ଅନୁଷ୍ଠିତ ହେଉଥିବା ବେଳେ ପୂଜା ମଣ୍ଡପରେ ମହାଷ୍ଟମୀ ପାଳିତ ହେଉଛି। ଆଜି ବଢି ଭୋରୁ ମା ବିରଜାଙ୍କ ମୁଖ ଦର୍ଶନ ଓ ପାଦ ସ୍ପର୍ଷ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସେପଟେ ପରମ୍ପରା ମୁତାବକ ଶ୍ରୀ ମନ୍ଦିର ରୁ ଆସିଥିବା ବାର ପାଟିଆ ମା ବିରଜା ଙ୍କୁ ଅର୍ପଣ କରାଯାଇଥିଲା।

ଅପରାହ୍ନ ରେ ମା ଙ୍କ ରଥଯାତ୍ରା ଆଜି ଉଦଯାପିତ ହେବ। ପରମ୍ପରା ମୁତାବକ ରଥ ମା ଙ୍କ ମନ୍ଦିର ପରିକ୍ରମା କରିବା ପରେ ମା ଙ୍କ ଚଳନ୍ତି ପ୍ରତିମା ରଥ ରୁ ଓହ୍ଲାଇ ଲାଖ ବିନ୍ଧା ପଡିଆ କୁ ଯିବେ। ବିଳମ୍ବିତ ରାତ୍ରି ରେ ଚତୁର୍ଦିଗ କୁ ସର ନିକ୍ଷେପ କରି ସମାଜରୁ ପାପ ନଷ୍ଟ କରିବାର ପରମ୍ପରା ରହିଛି। ଶ୍ରଦ୍ଧାଳୁ ଙ୍କ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।