ଭୁବନେଶ୍ବର :ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ଖବର ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି।କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ତାଙ୍କ ସ୍ୱେଚ୍ଛାକୃତ ଅବସରକୁ ମଞ୍ଜୁର କରିଛି ।ସର୍ବଭାରତୀୟ ସେବା ଆଇନ ୧୬(୨କ) ଅନୁସାରେ ମଂଜୁର ହୋଇଥିବା ଜଣା ପଡିଛି ।ତେବେ କେଉଁ କାରଣରୁ ପାଣ୍ଡିଆନ୍‌ ଅବସର ନେଇଛନ୍ତି ତାହା ଜଣା ପଡି ନାହିଁ ।ପୂର୍ବରୁ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଦାବି କରି ଆସୁଥିଲେ କି ଯଦି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବଙ୍କର ରାଜନୀତି କରିବାର ଅଛି ତେବେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇ ମଇଦାନକୁ ଆସନ୍ତୁ।

ଓଡିଶାର ୨୦୦୦ ବ୍ୟାଚରୁ ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ସଦସ୍ୟ ଭାବରେ ସାମ୍ନାକୁ ଅାସିଥିଲେ ଭି. କେ ପାଣ୍ଡିଆନ । ୨ମଇ ୨୦୧୧ ଠାରୁ ସେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ ପାଣ୍ଡିଆନ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ । ଓଡ଼ିଶା ପ୍ରତି ରହିଛି ଅନେକ ଅବଦାନ । ଓଡ଼ିଶା ରୂପାନ୍ତରଣରେ ପ୍ରମୁଖ ଭୁମିକା ନେଇଥିଲେ ପାଣ୍ଡିଆନ। ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ୨୦୦୫-୦୭ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି ପାଣ୍ଡିଆନ । ୨୦୧୯ରେ ୫T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ ।

ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ପାଣ୍ଡିଆନ୍‌ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହା ଭିତରେ ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି । ପାଣ୍ଡିଆନ୍‌ଙ୍କ VRSକୁ ନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି ।ସେ କହିଛନ୍ତି ପାଣ୍ଡିଆନଙ୍କ VRS ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ସେହିପରି ସାଂସଦ ସପ୍ତଗିରି ଉଲାକା ମଧ୍ୟ ଏହି ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ସାମାଜିକ ଗଣ ମାଧ୍ୟମ x (ଟୁଇଟର )ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଜମା ରୁ ଆଶ୍ଚର୍ଯ ହେବେ ନାହି ଯଦି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।କାରଣ ସମସ୍ତେ ଜାଣିଛନ୍ତି ଓଡ଼ିଶା ର ଶକ୍ତି କେନ୍ଦ୍ର କିଏ।

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପାଣ୍ଡିଆନ୍‌ ଚାକିରିରୁ VRS ନେଇଥିବାରୁ ୱେଲକମ୍‌ ଜଣାଉଛି । ଏବେ ସେ କ’ଣ କରିବେ ସ୍ପଷ୍ଟ ହେଲେ ଯାହା ମତ ଦେବି । ସେ ଯଦି ରାଜନୀତି କରିବେ ଆମେ ବ୍ୟାଟିଂ ପାଇଁ ପ୍ରସ୍ତୁତ । ଏବେ କଥା ହେଉଛି ଭି କେ ପାଣ୍ଡିଆନ୍‌ଙ୍କ ପରବର୍ତ୍ତୀ କା‌ର୍ଯ୍ୟଧାରା କ’ଣ ରହିବ ତାହା ଆପାତତଃ ଜଣାଶୁଣା, ମାତ୍ର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ୨୩ ବର୍ଷର କ୍ୟାରିୟରରେ ପୂଣ୍ଣଚ୍ଛେଦ ପଡ଼ିଯାଇଛି।