ବୌଦ୍ଧ:୨୬/୧୦: (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ବସଷ୍ଟାଣ୍ଡରେ ସାର୍ବଜନୀନ ଦୁର୍ଗାପୂଜା ଉପଲକ୍ଷେ ମାରୁତି ଯୁବକ ସଂଘର କଳାକାର ମାନଙ୍କ ଦ୍ବାରା ବୁଧବାର ରାତିରେ ନାଟକ ‘ ସମୟ ଖେଳୁଛି ଭାଗ୍ୟର ଖେଳ’ ମଞ୍ଚସ୍ଥ ହୋଇ ଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତରାଜ ଓ ଜଳ ଯୋଗାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକକୁ ଉଦ୍ଘାଟନ କରିଥିଲେ।

ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅମାତ, ସମ୍ମାନୀତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ବିଶିଷ୍ଟ ଆଇନଜିବୀ ଅଶୋକ କୁମାର ସାହୁ,ସିନେଷ୍ଟ।ର ଚିନ୍ମୟ ମିଶ୍ର, ପୂର୍ବତନ ବୌଦ୍ଧ ଏନ୍ ଏ ସି ଉପାଧ୍ୟକ୍ଷ ବସନ୍ତ କୁମାର ସ୍ବାଇଁ, ପୂର୍ବତନ ବୌଦ୍ଧ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ଖୁଣ୍ଟବନ୍ଧ ସରପଞ୍ଚ ପ୍ରତିନିଧି ବିକ୍ରମ ମହାନନ୍ଦିଆ, କୋଷାଧ୍ୟକ୍ଷ ଦେବ ନାରାୟଣ ପ୍ରଧାନ ଯୋଗ ଦେଇ ମାରୁତି ଯୁବକ ସଂଘର ଉଦ୍ୟମରେ ମଞ୍ଚ କଳାକୁ ବଞ୍ଚାଇ ରଖିଥିବାରୁ ସାଧୁବାଦ ଜଣାଇଥିଲେ। ସମ୍ପାଦକ ଜଗଦୀଶ ବାରିକ ସ୍ୱାଗତ ଭାଷଣ ଦେଇ ଥିଲେ। ସଂଘର ବରିଷ୍ଟ ସଭ୍ୟ ଉପେନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ସହ ସମ୍ପାଦକ ପ୍ରକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସଭ୍ୟ ଉପେନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।

ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡେନ୍ସ ଡେନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହାକୁ ପରିଚାଳନା କରିଥିଲେ ରାମ ନାରାୟଣ ପ୍ରଧାନ। କୀର୍ତ୍ତନ ରଣା ଙ୍କ ନିର୍ଦ୍ଦଶନାରେ ନାଟକ ସମୟ ଖେଳୁଛି ଭାଗ୍ୟର ଖେଳ ମଞ୍ଚସ୍ଥ ହୋଇ ଥିଲା। ବିଭିନ୍ନ ଭୂମିକାରେ ସୁଧାଂଶୁ ଶେଖର ପ୍ରଧାନ, ସରୋଜ କୁମାର ପ୍ରଧାନ, ଗ।ର୍ଗଵ ପ୍ରଧାନ, ଚତୁରୁ ପ୍ରଧାନ, ସୁରେନ୍ଦ୍ର ବେହେରା,ବବ୍ରୁ ବାହନ ରଣା , ଗଜେନ୍ଦ୍ର ପ୍ରଧାନ, କଷ୍ଟ ପ୍ରଧାନ,ବିଭୀଷଣ ପ୍ରଧାନ, ଆଲୋକ ପ୍ରଧାନ, ବିମଲ ପ୍ରଧାନ, ଦୁଷ୍ମନ୍ତ ବାରିକ ଓ ନାରୀ ଭୂମିକାରେ ସୁଜାତା, ମମିତ।, ରୋଜାଲିନ, ରଶ୍ମି, ପିଙ୍କି ପ୍ରମୁଖଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ନାଟକର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ତିନି ଦିନ ଧରି ଚାଲିଥିବା ଏହି ମଣ୍ଡପରେ କର୍ତ।ଭାବେ କୃପାସିନ୍ଧୁ ପ୍ରଧାନ ଓ ତାଙ୍କର ଧର୍ମପତ୍ନୀ କ୍ଷିରାବ୍ଧୀ ପ୍ରଧାନ କାର୍ଯ୍ୟ ସମ୍ପାଦନ କରିଥିଲେ। ୨୭ ତାରିଖ ସନ୍ଧ୍ୟାରେ ମା ଦୁର୍ଗାଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ। ଏଥର ମଣ୍ଡପ ନିକଟରେ ଏକ ସେଲ୍ଫି ପଏଣ୍ଟ କରାଯାଇଛି।

ଏଥିରେ ଶେଲ୍ଫି ନେବା ପାଇଁ ଯୁବକ ଯୁବତୀଙ୍କ ଭିଡ଼ ପରିଲକ୍ଷିତ ହୋଇ ଥିଲା। ଚାରିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ସହସ୍ରାନ୍ସୁ ମିଶ୍ର, ସୁରେନ୍ଦ୍ର ପ୍ରଧାନ, ଶୁଭ୍ରାଂଶୁ ଶେଖର ମିଶ୍ର, ରବିନ୍ଦ୍ର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ମଧୁସୁଦନ ପ୍ରଧାନ, ବିରପ।କ୍ଷ ବେହେରା, ଟଙ୍କ ପ୍ରଧାନ, ଭଗବାନ ପ୍ରଧାନ, ଅଶକ। ନାଏକ ଓ ଜହ୍ନ। ପଙ୍କ ଗ୍ରାମବାସୀ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜହ୍ନ। ପଙ୍କ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ଏକ ପୋଲିସ ବାହିନୀ କାର୍ଯ୍ୟ ସୂଚ।ରୁରୁପେ ତୁଲାଇଥିଲେ ।