
ଭବାନୀପାଟଣା :(ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ସଂଘ କାର୍ଯ୍ୟାଳୟ ଠାରେ କଳାହାଣ୍ଡି କଳାକାର ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଂଘ ସଭାପତି କାଦିର ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା ପ୍ରଭାସ ଚନ୍ଦ୍ର ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ କଳାକାର ମାନଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା।
ଉପ ସଭାପତି କାହ୍ନୁ ଚରଣ ଗୌଡ, ପଦ୍ମନାଭ କୁମାର, ସମ୍ପାଦକ ରିଆଜ ଖାଁ, ସହ ସମ୍ପାଦକ ଉମାକାନ୍ତ ବାଗ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିବା ବେଳେ ମନୋଜ ଶର୍ମା ମଂଚ ପରିଚାଳନା କରିଥିଲେ। ଏ ଅବସରରେ ସଂଘ କଳାକାର ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅତି ସୁନ୍ଦର ଭାବରେ ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କଳାକାର ସଭ୍ଯ ମାନେ ଉପସ୍ଥିତ ଥିଲେ।