ଢେଙ୍କାନାଳ: ଆନନ୍ଦ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା । ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀ ମୁନୟ ମୂର୍ତ୍ତିଙ୍କୁ ଚକ୍ଷୁ ଦାନ ପାରେ ମା ଙ୍କୁ ଷୋଡ଼ଶ ଉପଚାର ପୂଜା ,ଶ୍ରୀ ସୁକ୍ତରେ ଆହୁତି ଓ ବିଭିନ୍ନ ଭୋଗ ରାଗ ମାଙ୍କ ପାଖରେ ଲାଗି କରାଯାଇଥିଲା।

ପ୍ରତେକ ଦିନ ମହାଲକ୍ଷ୍ମୀ ଙ୍କ ମଙ୍ଗଳ ଆଳତି ସୂର୍ଯ୍ୟ ପୂଜା ମଣ୍ଡଳ ପୂଜା ସକାଳୁ ବିଭିନ୍ନ ଭୋଗ ଲାଗି କରାଯିବ ମହାଲକ୍ଷ୍ମୀ ପ୍ରତେକ ଦିନ ସନ୍ଧ୍ୟା ଆଳତି ରାତ୍ର ଅର୍ନ୍ନ ଧୂପ ଲାଗି କରାଯିବ ପୂଜକ ଶ୍ରୀଯୁକ୍ତ ଦେବାଶିଷ ମିଶ୍ର ଓ ଟୁଲା ଭାଇନା ସଭାପତି ଶ୍ରୀ ଚକ୍ରଧର ନାୟକ ସମ୍ପାଦକ ଚିତ୍ତରଞ୍ଜନ ସାହୁ ସହ ସମ୍ପାଦକ ବଳଭଦ୍ର ନାୟକ କର୍ତ୍ତା ଶ୍ରୀ ମନୋରଞ୍ଜନ ସାହୁ ଓ କମିଟି ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜା କରାଯାଇଥିଲା