ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଳକ କୁମାରୀ ଗ୍ରାମ ର ଟିକିରା ସାହିରେ ୧୨ ତମ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗଜ ଲକ୍ଷ୍ମୀ ପୂଜା ପାଇଁ ଶୁକ୍ରବାର ଦିନ ଗ୍ରାମର ଶତାଧିକ ପୁରୁଷ ମହିଳା ମାନେ କଳସୀ ଧରି ମହାନଦୀ ଘାଟ ରୁ ମୁଣ୍ଡ ରେ ଜଳ ବୋହି ନାମ ସଙ୍କୀର୍ତ୍ତନ ହୁଳହୁଳି ଘଣ୍ଟା ଘଣ୍ଟା ନାଦ ରେ ପୂଜା ମଣ୍ଡପ କୁ ପହଁଚି ଥିଲେ l ଗ୍ରାମର ସଭାପତି ଓ,ପୂଜା କମିଟିର ସଦସ୍ୟ ପ୍ରଫୁଲ୍ଲ ଚଣ୍ଡ, ଟିକିନା ସାହୁ, କୁନା, ବେହେରା ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
ଏହି କାର୍ଯକ୍ରମ ତିନି ଦିନ ଧରି ଚାଲିବ ଏବଂ ଏହି ତିନି ଦିନ ଗ୍ରାମ ବାସୀଙ୍କ ତରଫରୁ ଅବଢ଼ା ଅର୍ଣ୍ଣ ର ଭୋଜନ କରିବାର ବନ୍ଦୋବସ୍ତ ହୋଇଥିବା ସଭାପତି ଜିତେନ୍ଦ୍ର ଦେହୁରୀ କହିଥିବା ସୂଚନା ମିଳିଛି। ଆଜୀ ଶନିବାର କୁମାର ପୂର୍ଣ୍ଣିମା ତିଥିରେ ପଡିଥାଏ ମା ଗଜଲକ୍ଷ୍ମୀ ପୂଜା ହେଲେ ଆଜି ଚନ୍ଦ୍ର ଗ୍ରହଣ ସକାଶେ ଦୋଷ ପୂର୍ବରୁ ସମସ୍ତ ରୀତିନୀତି ଯଂଜ୍ଞ କାମ ସମ୍ପୂର୍ଣ ହୋଇ ଥିଲା । ଏଥି ସହିତ ବ୍ଲକ ର ହରଭଙ୍ଗା,ଚାରିଛକ, ଖଣ୍ଡହତl, ଆଡେଣିଗଡ଼, କରଞ୍ଜ କଟା ଆଦି ସ୍ଥାନ ଗୁଡ଼ିକ ଗଜଲକ୍ଷ୍ମୀ ପୁଜା ପାଇଁ ଉତ୍ସବ ମୁଖର ହୋଇ ପଡିଛି , ପୁର ପଲ୍ଲୀ ରେ ଚଳ ଚଞ୍ଚଳ ଦେଖା ଦେଇଛି ଏବଂ ଅନେକ ସ୍ଥାନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି ।