କେସିଙ୍ଗା: (ପ୍ରିତେଶ ପଟେଲ୍ )ଜଳ ହିଁ ଜୀବନ କୁହାଯାଏ। ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମ ରେ କେମିତି ଜଳ ସୁବିଧାରେ ମିଳିବ ତା ପାଇଁ ବିଭାଗ ମଧ୍ଯ କରିଛି କିନ୍ତୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତ ମଶାଣିମୁଣ୍ଡା ରେ ସରକାର ଜଳ ସମସ୍ୟା ଦୂର କରିବା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବିଶେଷ କରି ସୈରଚାଲିତ ଜଳ ପ୍ରକଳ୍ପ କରି ଜଳ ସମସ୍ୟା ଦୂର କରୁଛନ୍ତି। ହେଲେ ବିଭାଗୀକରଣ ଅଧିକାରୀ ମାନଙ୍କ ଅବହେଳା କାରଣରୁ ଅନେକ ସ୍ଥାନରେ ଅଚଳ ହୋଇ ଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ।

ଫଳରେ ମରାମତି ଅଭାବରୁ ସେ ଗୁଡିକ ଅଚଳ ହୋଇ ରହି ଯାଉଥିବା ବେଳେ ଶୀତ ଦିନରେ ମଧ୍ୟ ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତ ମଶାଣିମୁଣ୍ଡା ର ଏହି ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ସୋଲାର ପାଣିଟାଙ୍କି ଦୀର୍ଘ ୧୨ମାସ ରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇ ପଡ଼ିଛି ଫଳରେ ପାଣି ପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ଏନେଇ ପଡାବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କାହାରି ଦୃଷ୍ଟି ପଡ଼ିନାହିଁ ସୂଚନା ଅନୁସାରେ ଏହି ପଡ଼ା ରେ ପ୍ରାୟ ଦୁଇ ଶହ ଊର୍ଦ୍ଧ୍ବ ଜନସଂଖ୍ୟା ବସ ବାସ କରୁଥିବା ବେଳେ ସେମାନଙ୍କ ପାନୀୟ ଜଳ ବ୍ୟବହାର ଉପରେ ନିର୍ଭର କରି ଆସୁଥିଲେ ଏଣୁ ଲୋକେ ବିଶୁଦ୍ଧ ପାନୀୟ ଜଳ ଟିକେ କ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ତୁରନ୍ତ ଏହି ସୌର ଚାଳିତ ଜଳ ପ୍ରକଳ୍ପ ର ମରାମତି ଦିଗରେ ଦୃଷ୍ଟି ଦେବାକୁ ପଡାବାସୀ ଦାବି କରିଛନ୍ତି।