ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସଙ୍କୁଲେଇ ପଂଚାୟତ ରେ ସେବା ସମବାୟ ସମିତି ର ଏକ ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ଭାବରେ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ଅମାତ, ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଓଡିଶା ସରକାର ଯୋଗଦେଇଥିଲେ।

ସମ୍ମାନୀତ ଅତିଥି ଭାବରେ ବୌଦ୍ଧ କନ୍ଧମାଳ ସେବା ସମବାୟ ସମିତି ର ଉପନିବନ୍ଧକ ଯୁଗଳ କିଶୋର ଦାସ, ଓ ବୌଦ୍ଧ ସମବାୟ ସମିତି ର ସହକାରୀ ନିବନ୍ଧକ ହାଡ଼ିବନ୍ଧୁ ମହାକୁଡ଼ ଯୋଗ ଦେଇଥିଲେ।

ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଂକୁଲେଇ ସମବାୟ ସମିତି ର ପରିଚାଳନା କମିଟି ର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ। ଶଙ୍କୁଲେଇ ସେବା ସମବାୟ ସମିତି ର ସଭାପତି ଶ୍ରୀମତୀ ରଶ୍ମିତା ମହାକୁଡ଼ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରେ ସେବା ସମବାୟ ସମିତି ର ସଂପାଦକ ଶ୍ରୀ ସଞ୍ଜୟ କୁମାର ଗାଈଗୌରିଆ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଆଖ ପାଖର ଶତାଧିକ ଚାଷୀ ଉପସ୍ଥିତ ଥିଲେ।